ରାଜ୍ୟରେ ଥମୁନି ଦଳବଦଳ ଚର୍ଚ୍ଚା । ନିର୍ବାଚନ ସରିବାର ୫ ମାସ ପରେ ବି ଦଳ ଡିଆଁ ଚର୍ଚ୍ଚା ବଢିବଢି ଚାଲିଛିା କେତେବେଳେ ବିଜେପି ବିଧାୟକ ବିଜେଡିରେ ସାମିଲ ହେବା ନେଇ ବିଜେଡି ନେତା ଯୁକ୍ତି ବାଢୁଛନ୍ତି ତ ଆଉ କେତବେେଳେ ବିଜେପି ନେତା ବିଜେଡିର କିଛି ନେତା ବିଜେପି ଲିଙ୍କରେ ଥିବା ଦାବି କରୁଛନ୍ତିା ଯାହାକୁ ନେଇ ଏବେ ସବୁଆଡେ ତର୍କ ବିତର୍କ ଲାଗି ରହିଛିା କିଏ ସେହି ନେତା ଯେଉଁମାନେ ଦଳ ବଦଳ ପାଇଁ ରେଡି ଅଛନ୍ତି ତାକୁ ନେଇ ସସପେନ୍ସ ମଧ୍ୟ ବଢୁଛିା ତେବେ କିଛି ଦିନ ପୂୂବେ ବିଜେଡି ସାଂସଦ ମୁନ୍ନା ଖାନ୍ ଏକ ବିସ୍ଫୋରକ ବୟାନ ଦେଇଥିଲେ । କୁଆଡେ ୧୪ ଜଣ ବିଜେପି ବିଧାୟକ ବିଜେଡି ଲିଙ୍କରେ ଅଛନ୍ତି ଆଉ ସେମାନେ ଖୁବଶୀଘ୍ର ବିଜେଡିରେ ସାମିଲ ହେବା ନେଇ ଏକ ବିସ୍ଫୋରକ ବୟାନ ଦେଇଥିଲେ । ଆଉ ମୁନ୍ନା ଖାନଙ୍କ ଏହି ବୟାନକୁ ନେଇ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଥିଲା । ତେବେ ମୁନ୍ନା ଖାନଙ୍କ ଏହି ବୟାନ ପରେ ବିଜେପି ମଧ୍ୟ ବିସ୍ଫୋରକ ବୟାନ ଦେଇଥିଲା । ବିଜେପି ବିଧାୟକ ସରୋଜ ପାଢୀ ଏହାର କାଉଣ୍ଟର କରିବାକୁ ଯାଇ ବିଜେଡି ନେତା ବିଜେପି ଲିଙ୍କରେ ଥିବା ଓଲଟା ବୟାନ ଦେଇଥିଲେ । ଜଣେ କି ଦୁଇ ଜଣ ନୁହେଁ ୨୭ ଜଣ ବିଧାୟକ ବିଜେଡି ଛାଡି ବିଜେପିରେ ମିଶିବାକୁ ଯାଉଛନ୍ତି । ଏଭଳି ବିସ୍ଫୋରକ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଥିଲେ ଆସ୍କା ବିଧାୟକ ସରୋଜ ପାଢୀ । ସେ କହିଥିଲେ ଯେ, ବିଜେପିରେ ବିଜେଡିର ୨୭ ବିଧାୟକ ମିଶିବେ । ସମସ୍ତେ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି । ୨୭ ବିଧାୟକ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ । କିଛି ବଡ ପଦବୀ ବି ଦିଆଯାଇପରେ । କଣ ଦାୟିତ୍ୱ ଦିଆଯିବ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ ।ସରୋଜ ପାଢୀ କହିଛନ୍ତି, କେବଳ ଏତିକି ନୁହେଁ ବିଜେଡି ଏବେ ବିଗ୍ ଜିରୋ ବୋଲି ମଧ୍ୟ କହିଥିଲେ ସରୋଜ। ତେଣୁ ସେମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡିର ଆଉ ଭବିଷ୍ୟତ ନାହିଁ । ବିଜେଡି ଆଉ ରହିବନି । ଅନ୍ୟପଟେ ଖାଲି ବିଧାୟକ ନୁହଁନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ମୁନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି । ବିଜେପି ରାଷ୍ଟ୍ରୀୟ ଦଳ । କେହି ବିଜେପି ଛାଡ଼ି ବିଜେଡି ଯିବେନି । ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ । ଆଉ ସରୋଜ ପାଢୀଙ୍କ ଏହି ବୟାନକୁ ନେଇ ମଧ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି , କିଏ ସେହି ନେତା ଏବଂ ବିଧାୟକ ଯେଉଁମାନେ ବିଜେପି ଏବଂ ବିଜେଡି ଲିଙ୍କରେ ଅଛନ୍ତି ବୋଲିା ନା କେବଳ ବାହାସ୍ପଟ ମାରିବାକୁ ଏବଂ ଅନ୍ୟଦଳ ମନରେ ଭୟ ସୃଷ୍ଟି କରିବାକୁ ଏମାନେଏପରି କହୁଛନ୍ତି ବୋଲି ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ତେବେ ଦେଖାଯାଉ ଏହି ଦଳ ବଦଳ ଚର୍ଚ୍ଚା କେତେ ବାଟ ଯାଉଛି ଏବଂ କିଏ କିଏ ଦଳ ବଦଳ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।
You can share this post!
author