ମୁହାଁମୁହିଁ ମୋହନ-ନବୀନ

ମୁହାଁମୁହିଁ ମୋହନ-ନବୀନ

ରାଜ୍ୟରେ ଏବେ ଚାଲିଛି ଆରୋପ ପ୍ରତ୍ୟାରୋପର ଟ୍ରେଣ୍ଡ । ଉଭୟ ଶାସକ ଏବଂ ବିରୋଧୀ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । କୌଣସି ପ୍ରସଙ୍ଗକୁ ନେଇ ବିରୋଧୀ ଶାସକ ଦଳକୁ ଦୋଷ ଦେଉଛନ୍ତି ତ ଆଉ କେତେବେଳେ ଶାସକ ଦଳ ୨୪ ବର୍ଷର ସରକାରକୁ ଦାୟୀ କରୁଛନ୍ତି । ତେବେ ଆମ୍ବ ଟାକୁଆ ଜାଉ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ ଦାୟୀ କରିଥିଲେ । ଆଉ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡି ଉପରେ ଖୁବ ବର୍ଷିଛନ୍ତି । ମହିଳା ହିଂସାକୁ ନେଇ ପୂର୍ବ ସରକାରର ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନ କରିଛନ୍ତି । ବାହାର ରାଜ୍ୟ ଗୁଡିକରେ ମହିଳା ହିଂସା ସମ୍ପର୍କିତ ମକଦ୍ଦମାର ଦଣ୍ଡ ବିଧାନ ହାର ଅନେକାଂଶରେ ଭଲ ରହିଥିବା ବେଳେ ଓଡିଶାରେ ବହୁତ ଖରାପ ରହିଛି । ଆଉ ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିବା ସହ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏପରି କରାଯାଉଥିବା ଅଭିଯୋଗ କରିଛନ୍ତି । ଏବଂ ଆଗକୁ ଏସବୁ ଖାମଖିଆଲି ମନୋଭାବ ଚାଲିବନି କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

author

Related Articles

Leave a Reply

Your email address will not be published. Required fields are marked *