ବିଜେଡ଼ି ସଭାରେ ପଦାରେ ପଡ଼ିଲା ବିଜେଡି କଳି .ଦଳ ଭିତରେ ଦନ୍ଦଳ ଥିବା ନିଜେ କହିଛନ୍ତି ବିଜେଡ଼ି ନେତା .ସଦସ୍ୟତା କର୍ମଶାଳା ଅଭିଯାନରେ ଦଳ ଭିତରେ କନ୍ଦଳ ଥିବା କହିଛନ୍ତି ବରିଷ୍ଠ ନେତା ଅଶୋକ ପଣ୍ଡା .ନବୀନଙ୍କ ଉପସ୍ଥିତରେ ସେ କହିଛନ୍ତି ଆମ ଭିତରେ ମତାନ୍ତର ମନାନ୍ତର ଥାଇପାରେ କିଛି ଭୁଲ ଭଟକା ବି ରହିଛି . କିନ୍ତୁ ଦଳ କାମ ବେଳକୁ ସମସ୍ତେ ଏକାଠି ରହିଥାନ୍ତି .ଦଳ ଯଦି ଏକାଠି ହୋଇ ଲଢ଼ିବ ଆହୁରି ଶକ୍ତି ଶାଳୀ ହେବ .ଅଶୋକ ପଣ୍ଡାଙ୍କ ଏପରି ମନ୍ତବ୍ୟ ପରେ ଦଳରେ ଅସନ୍ତୋଷ ଥିବା ଜଣାପଡ଼ିଛି .
ତେବେ ଯୁବକମାନେ ହେଉଛନ୍ତି ଦଳର ଭବିଷ୍ୟତ . ପ୍ରତିଟି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ଶଙ୍ଖ ଭବନରେ ଆୟୋଜିତ ଛାତ୍ରମାନଙ୍କ ସ୍ୱତନ୍ତ୍ର କର୍ମଶାଳାରେ ନବୀନ ଯୋଗ ଦେଇଥିଲେ .ସେହିପରି ଯଦି ଆମେ ଦେଖିବା ନିର୍ବାଚନ ପରେ ଥମିବାରେ ନାଁ ଧରୁନି ବିଜେଡିର କଳି . ନିର୍ବାଚନରେ ହାରିବା ପରେ ଯେମିତି ଦଳର ସବୁ ସଦସ୍ୟ ମନ ଭାଙ୍ଗିଯାଇଛି . ଯେଉଁଠି ଦିନେ ପାଟିରୁ କଥା ବାହୁରୁନଥିଲା ସେଠାରେ ଆଜି ପାଟିଗୋଳ ଲାଗୁଛନ୍ତି .ଯାହାକୁ ନେଇ ଏବେ ବିଜେଡି ଭିତରେ ପରସ୍ପର ମଧ୍ୟରେ କଥା କଟାକଟି ଦେଖିବାକୁ ମିଳୁଛି .
ବିଜେଡି କଳି ଦାଣ୍ଡରେ ପଡ଼ିହାଟରେ ଗଡ଼ୁଛି ତେବେ ନିର୍ବାଚନ ପରେ ଅଧିକ ତତ୍ପର ହୋଇଉଠିଛନ୍ତି ବିଜେଡି ସୁପ୍ରିମୋ ନବୀନ . ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ .ଶଙ୍ଖଭବନ ହେଉକି ନବୀନ ନିବାସ ଚାଲିଛି ଘନ ଘନ ବୈଠକ . ଏହାରି ଭିତରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି .