ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୧୫ ତାରିଖରେ ଓଡିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ରାଜ୍ୟରେ ଜନଜାତି ଗୌରବ ଦିବସ ଉଦଘାଟନ ଉତ୍ସବରେ ସାମିଲ ହେବେ ଏବଂ ଅନ୍ୟ କାର୍ଯ୍ୟକ୍ରମର ଉଦାଘଟନ କରିବା ନେଇ ସୂଚନା ମିଳିଛି । ଜନଜାତି ଲୋକଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ଜନ୍ମତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ । ଏବଂ ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ବର୍ଷବ୍ୟାପି ଚାଲିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ନେଇ ବିଜେପି ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଉଛିା ଅନ୍ୟପଟେ ଓଡିଶାରେ ଖୁବଶୀଘ୍ର ପେଶା ଆଇନ ଲାଗୁ କରାଯିବ ବୋଲି ପଞ୍ଚାୟତିରାଜମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ପଞ୍ଚାୟତିରାଜ ବିଭାଗ ପେଶା ଏବଂ ଜଙ୍ଗଲ ଅଧିକାର ଆଇନକୁ ଆସନ୍ତା ୧୫ ତାରିଖରେ ୭ ହଜାର ୬ଶହ ୬୭ଟି ଗ୍ରାମ ସଭା କରିବେ ଏବଂ ଏହି ଗ୍ରାମସଭାର ମୁଖ୍ୟ ପୁରୋଧା ସରପଞ୍ଚ ରହିବେ । ଏମାନଙ୍କ ତତ୍ୱାବଧାନରେ ପେଶା ଓ ଜଙ୍ଗଲ ଅଧିକାରୀ ଆଇନ କାଯ୍ୟକାରୀ କରାଯିବ । ଓଡିଶାର ଯେଉଁ ୩୩ରୁ ୩୪ ପ୍ରତିଶତ ଜନଜାତି ଲୋକ ବସବାସ କରୁଛନ୍ତି ସେମାନଙ୍କର କିଭଳି ବିକାଶ ହେବ ସେ ଦିଗରେ ବିଜେପି ଅଗ୍ରସର ହେଉଛି । ତେବେ ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତିା ଏବେ ଆଉ ଏକ ଯୋଜନାର ଶୁଭାରମ୍ଭ କରି ରାଜ୍ୟରେ ବିଜେପିର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ପ୍ରୟାସ ଚଳାଇଛନ୍ତିା
You can share this post!
author