ପାୱାର କରିଡୋରରେ ବବିଙ୍କ ଚର୍ଚ୍ଚା । ବିଜେଡିରେ କମୁଛି କି ବବିଙ୍କ ପତିଆରା ? କି ଭୁଲ କରିଥିଲେ ପ୍ରଣବ, ହାରିବା ପରେ ଭୋଗୁଛନ୍ତି ଏମିତି । ହଁ ଦର୍ଶକବନ୍ଧୁ ଓଡିଶା ରାଜନୀତିର ଗୋଟେ ପାୱାରଫୁଲ ଦଳର ହେଭିୱେଟ ନେତା ପ୍ରଣବ ପ୍ରକାଶ ଦାସ । ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ରଣବଙ୍କୁ ବିଜେଡିରେ ଆଉ ମିଳୁନି କି ସମ୍ମାନ ? ବିଜେଡିର ଏହି ଦିତ୍ୱୀୟ କ୍ଷମତା କେନ୍ଦ୍ରଙ୍କୁ ନେଇ ଏବେ ନାନା ଚର୍ଚ୍ଚା ଚାଲିଥିବା ବେଳେ ଏପରି ଆମେ କାହିଁକି କହୁଛୁ ତାର କାରଣ ହେଉଛି ଗତକାଲି ଶଙ୍ଖ ଭବନରେ ହୋଇଥିବା ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ବବି, ମଞ୍ଚ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କହିବାର ସୁଯୋଗ ପାଇନଥିଲେ। ଏହି ସଭାରେ ବିଜେଡିର ଜଣେ ପରେ ଜଣେ ନେତା ମଞ୍ଚ ଉପରେ ନିଜର ଅଭିଭାଷଣ ରଖୁଥିଲେ କିନ୍ତୁ ଏ ସବୁରୁ ବାଦ ପଡିଯାଇଥିଲେ ବବି ଦାସ । ନା ମଞ୍ଚ ଉପରକୁ ଗଲେ ନା ନିଜର ଅଭିଭାଷଣ ରଖିଲେ ।
ଗତକାଲି ଗୋଟେ ପଟେ ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଳେ ବସି ତାଳି ମାରୁଥିଲେ ଅନ୍ୟପଟେ ଦଳର ସାଙ୍ଗଠନିକ ଭାର ଚଳାଉଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ଯାହାକୁ ନେଇ ରାଜନୈତିକ ମାହୋଲରେ ଅନେକ ଚର୍ଚ୍ଚା ସୃଷ୍ଟି ହେଉଛି । ଦଳରୁ ଆପେ ଆପେ ନିଜେ ଦୂରେଇ ଯାଉଛନ୍ତି ବବି ନା ନବୀନଙ୍କ ଇସାରାରେ ତାଙ୍କୁ ଦଳରୁ କୋଣଠେସା କରାଯାଉଛି । ଅନ୍ୟପଟେ ଯଦି ଦେଖିବା ବିଜେଡି ହାରିବା ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଦଳର କର୍ମୀ ମାନେ ଦାୟୀ କରୁଥିଲେ । କିଛି ଦିନ ପୂର୍ବରୁ ବିଜେଡି ଛାଡି ବିଜେପିରେ ମିଶିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ମଧ୍ୟ ସମାନ କଥା କହିଥିଲେ ।
ତେବେ ସର୍ବଦା ଆଗରେ ରହି ମଞ୍ଚ ପରିଚାଳନା କରୁଥିବା ନେତାଙ୍କ ଏପରି ଦୃଶ୍ୟ ଦେଖିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । କିନ୍ତୁ ଏବେବି ବବିଙ୍କର ନିଜ ଦଳରେ ଦବଦବା ରହିଛି କୌଣସି କମିଟିରେ ନଥାଇ ମଧ୍ୟ ଦଳର ସଙ୍ଗଠନର ନେତୃତ୍ୱ ନେଉଥିବା କଥା କୁହାଯାଉଛି । ତେବେ ସତରେ ପ୍ରଣବଙ୍କୁ ଦଳରେ କୋଣଠେସା କରାଯାଉଛି ନା ବିଜେଡି ସୁପ୍ରିମୋ ତାଙ୍କ ପାଇଁ କିଛି ନୂଆ ରଣନୀତି କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।