ପାଣିରେ ପଶିଲେ ଧର୍ମେନ୍ଦ୍ର !

ପାଣିରେ ପଶିଲେ ଧର୍ମେନ୍ଦ୍ର !


ନବୀନ ଯାହାକରିବେ ସବୁ ଭୁଲ .ନବୀନ ଲୁଙ୍ଗି ପିନ୍ଧିଲେ ହୋଇଗଲେ ତାମିଲ .କିନ୍ତୁ ଧର୍ମେନ୍ଦ୍ର ଛଟ ପୂଜା କଲେ ହେଲେନି ବିହାରୀ .ସରକାର ଆସିବା ପରେ ସବୁ ଠିକ . ଥରେ ନଜର ପାକାନ୍ତୁ ଏହି ଦୃଶ୍ୟ ଉପରେ .ଯେଉଁଥିରେ ନବୀନ ଲୁଙ୍ଗି ପିନ୍ଧି ଭୋଟ ଦେବାକୁ ଲୋକମାନଙ୍କୁ ଅପିଲ କରୁଥିଲେ .ଏବେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ .ଏହାକୁ ଦେଖିବା ପରେ ଆପଣ ଭାବୁଥିବେ ଇଏ ନିଶ୍ଚୟ କୌଣସି ବିହାରି ବାବୁ ହୋଇଥିବେ ଯିଏ ପାଣିରେ ପଶି ଛଟ ପୂଜା କରୁଛନ୍ତି . କିନ୍ତୁ ଭଲ କରି ଦେଖନ୍ତୁୂ ଇଏ କୌଣସି ବିହାରି ବାବୁ ନୁହଁନ୍ତି ଇଏ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ .

ତେବେ ସାରା ରାଜ୍ୟରେ ଚର୍ଚ୍ଚା ନବୀନଙ୍କ ଲୁଙ୍ଗିପିନ୍ଧା ଯୋଡ଼ି ଶଙ୍ଖ ପ୍ରଚାରକୁ ନେଇ .ନବୀନଙ୍କୁ ଦିନେ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ .ଧର୍ମେନ୍ଦ୍ର କହିଥିଲେ ନବୀନ ବାବୁ ବୁଢ଼ା ଲୋକ .ଆମ ଗୁମାସ୍ତା କୁର୍ତା ପାଇଜାମା ପିନ୍ଧାଇକି ଆଣିଥାନ୍ତେ . ହେଲେ ତାଙ୍କୁ ଲୁଙ୍ଗି ପିନ୍ଧାଇ ଆଣି କହିଲେ ଯୋଡ଼ି ଶଙ୍ଖ . ପ୍ରଚାର ଆରମ୍ଭରୁ ମିଡ଼ିଆରେ ନବୀନଙ୍କ ବାବୁ ଶଙ୍ଖ ଧରି ଭୋଟ ମାଗୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା .ଏଥିରେ ନବୀନ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ପାଇଁ ଭୋ ଦେବାକୁ ଅପିଲ କରିଥିଲେ . ହେଲେ ନବୀନ ଯେଉଁ ବେସରରେ ଆସି କଥା କହିଲେ ତାହାକୁ ନେଇ ଅନେକ ଲୋକ ଅନେକ କଥା କହିଲେ .

କିନ୍ତୁ ଦେଖନ୍ତୁ ଏହି ଦୃଶ୍ୟକୁ ପାଣିରେ ପଶିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ .ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପବିତ୍ର ଛଟ ପୂଜା ସମାପନ ଦିନ ବ୍ରତଧାରୀମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଥିଲେ .ତେବେ ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଛଟ ପୂଜା ପାଳନ କରୁଥିବା ଦେଖିବାକୁ ମିଳିଥିଲା .
ସେହିପରି ପବିତ୍ର ଛଟ ପୂଜା ପାଳନ କରିବା ପାଇଁ କୁଆଖାଇ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପୂଜା ପାଇଁ ସେମାଂରେ ପହଂଚିଥିଲେ .ତେବେ ଆପଣ କୁହନ୍ତୁ ନବୀନ ଯଦି ଲୁଙ୍ଗି ପିନ୍ଧିଥିଲେ ବୋଲି ତାଙ୍କୁ ସମାଲୋଚନା କରାଯାଉଥିଲା . ହେଲେ ଏମାନେ ବି ଛଟ ପୂଜା କରୁଛନ୍ତି କଣ ଏମାନେ ବିହାରି ହୋଇଗଲେ .ଆପଣ କୁହନ୍ତୁ .

ତେବେ ଛଟ ପୂଜା ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ବହୁ ଧୁମଧାମରେ ପୂଜା କରିଥାନ୍ତି .ପୂଜାରେ ମହିଳାମାନେ ଉପବାସ ରଖି ତାଙ୍କ ପରିବାର ସୁଖ ଶାନ୍ତି ପରିବାରର ମଙ୍ଗଳ ପାଇଁ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥାନ୍ତି .ତେବେ ସୂର୍ଯ୍ର ଦେବଙ୍କ ଉପାସନାରେ ଏହି ଛଟ ପର୍ବରେ ଖାସ ମହତ୍ୱ ରହିଛି .

author

Related Articles

Leave a Reply

Your email address will not be published. Required fields are marked *