ଭାଟକୁମରଡ଼ା ଗ୍ରାମରେ ବ୍ରହ୍ମପୁର ସାଂସଦଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ବହୁ ବିଜେଡି ନେତା ବିଜେପିରେ ମିଶିଥିଲେ। ଶନିବାର ଦିନ ବ୍ରହ୍ମପୁର ସାଂସଦ ଡ଼କ୍ତର ପ୍ରଦିପ କୁମାର ପାଣିଗ୍ରାହୀଙ୍କ ତାରାତାରିଣୀ ମନ୍ଦିର ଗସ୍ତ ସମୟରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମରେ ବହୁ ବିଜେପି ନେତା ଓ ଗ୍ରାମ ବାସୀ ମନେ ମେଡିକାଲ ଛକ ଠାରେ ଭବ୍ୟ ସ୍ଵାଗତ କରିଥିଲେ । ଏହାପରେ ଅଞ୍ଚଳର ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ଦାସ,ସୁରେନ୍ଦ୍ର ଦାସ , ସୁନିଲ କୁମାର ଦାସ (କାଳିଆ)ଙ୍କ ସମେନ୍ତ ବହୁ କର୍ମୀ ମାନେ ବିଜେପି ରେ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଡ଼କ୍ତର ପ୍ରଦିପ କୁମାରପାଣିଗ୍ରାହୀ ଓ ଅନୀଲ କିଶୋର ପତିଙ୍କ ଉପସ୍ଥିତିରେ ସମସ୍ତ ବିଜେଡି ନେତା ମାନଙ୍କୁ ବିଜେପି ଟୋପି ପିନ୍ଧାଇ ସମ୍ମାନୀତ କରି ବିଜେପି ପାଟିକୁ ସ୍ଵାଗତ କରିଥିଲେ । ସୁନିଲ କୁମାର ଦାସ ଓ ସୁରେନ୍ଦ୍ର ଦାସ ସାଂସଦଙ୍କୁ ପୁଷ୍ପ ଗୁଛ ଦେବା ସହ ଉପଢଙ୍କନ୍ ପକାଇ ସମ୍ମାନିତ କରିଥିଲେ । ଏକ ବିରାଟ ପଟୁଆରରେ ବାଜା ବାଜନି ସହ ବାଣ ଫୁଟାଇ ବାହାରି ଗ୍ରାମର ପାହାଡ ଉପରେ ଥିବା ମା କନକ ଦୂର୍ଗା ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ ସଂ|ସଦ । । କନକ ଦୂର୍ଗା ପୂଜା ପରିଚାଳନା କମିଟି ସାଂସଦଙ୍କୁ ମନ୍ଦିର କିପରି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ସେନେଇ ଆଲୋଚନା କରିଥିଲେ ।
ଏହା ସହ ମନ୍ଦିର ଉପରକୁ ଯିବା ପାଇଁ ଏକ ରାସ୍ତା ରହିଛି ହେଲେ ଏହାକୁ ନୂତନ ଭାବେ କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ବିଜେପିର ପୁରୁଷୋତ୍ତମପୁର ବ୍ଲକ ସଭାପତି ଶ୍ରୀ କୋରା ନାଥ ସ୍ଵାଇଁ, ଯୁବ ନେତା ନିର୍ମଳ ସାହୁ, ବସନ୍ତ ସ୍ଵାଇଁ, ଯୁବ ସମାଜସେବୀ ଅଶ୍ଵିନୀ ପଟ୍ଟନାୟକ, ଙ୍କ ସହ ଅଞ୍ଚଳ ର ଅନେକ କର୍ମୀ ଉପସ୍ଥିତ ଥିଲେ