ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମରେ କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋଦ ସରପଞ୍ଚଙ୍କ ଘର ପାଖରେ | ପ୍ରଭାକର ନାୟକ ବୟସ ପ୍ରାୟ 50 ହେବ |ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ନାୟକ ତାଙ୍କର ବୟସ ପ୍ରାୟ 47| ଘରେ ଏକ ମାତ୍ର ଝିଅ ନିରୁପମା |ପ୍ରଭାକର ଜଣେ ଦିନ ମଜୁରିଆ |ତାଙ୍କର ଘର ଯିଏ ବା ଦେଖିବ ସେ କହିବ ଦିନରେ ସୁରୁଜ ରାତିରେ ଜହ୍ନ |ଏଠି ତାଙ୍କ ଘରର ଦୃଶ୍ୟ ଦେଖିଲେ କିଏ ବା କହିବ ତାକୁ ଘର ବୋଲି |ପାଲ ଟଣା ଘର ଠାରୁ ବି ହୀନ |ବିଗତ 25 ବର୍ଷ ଶାସନରେ ବି ତାଙ୍କୁ ଘର ଟିଏ ମିଳିବା ସାତ ସ୍ୱପ୍ନ |1999 ମସିହା ଭୀଷଣ ବାତ୍ୟାରେ ପ୍ରଭାକର ଓ ତାଙ୍କ ସ୍ତ୍ରୀ ସଂଯୁକ୍ତା ଅନ୍ୟ ଘରେ ଆଶ୍ରୟ ନେଇ ଜୀବନ ବିତାଇଥିଲେ |ତାଙ୍କ ଘର ଭିତରେ ସୁରୁଜ ଓ ବାହାରେ ସୁରୁଜ ରାତିରେ ସେହିପରି ଘରେ ଜହ୍ନ ବାହାରେ ବି ଆଉ ଗୋଟେ ଜହ୍ନ |ଏଭଳି ଦୁର୍ଦଶା ରାଜ ନେତାଙ୍କ ଆଖିକୁ ଦେଖା ଯାଉ ନାହିଁ ନା ଜାଣି ଶୁଣି ନିଦରେ ଅଛନ୍ତି ଟଙ୍କା ଗୋଟେଇବାରେ |1999 ମସିହା ପରେ ମାଆଙ୍କୁ ଏକ ଘର ମିଳିଥିଲା ଯାହାକି 10,000 ହଜାର ଟଙ୍କା |ତାଙ୍କ ମାଆ ଇଟାରେ କିଛି ମାତ୍ରାରେ କାମ କରିଥିଲେ ତାହା ପୁଣି ସମୁଦ୍ରକୁ ଶଙ୍ଖେ ପରି |ଝିଅ ନିରୁପମା ନାୟକ ଏ ବେ କଲେଜରେ ପାଠ ପଢୁଛି |ଟଙ୍କା ଆସିବ ବା ଯେଉଁଠୁ | ଏଭଳି କରୁଣ ଦୃଶ୍ୟ ତାଙ୍କ ଘର ନିକଟରେ ଥିବା ସରପଞ୍ଚ ବିକ୍ରମ ବେହେରା କେବେ ନଜର ଦେବେ ତାହା ବାକି ରହିଛି |
ଏଠି ପ୍ରଭାକର କହନ୍ତି ତାଙ୍କ ନାମରେ ଘର ଲିଷ୍ଟ ରହିଥିଲା |ଏବେ ତାଙ୍କ ନାମ ଆଉ ନାହିଁ ||ଏଭଳି ଦିନ ଦରିଦ୍ରଙ୍କ ପାଖରେ ଟଙ୍କା ବା ଆସିବ କେଉଁଠି ଲାଞ୍ଚ ଦେବାକୁ |ଲୋକେ କାଉ ପରି କହନ୍ତି ତାଙ୍କ ଆସିବା ଘରକୁ କୁଆଡେ ଗାଁ ମସାଣି ଭୁତ ଟଙ୍କା ଦେଇ ଖାଇଦେଇଛି |ଘର ପାଇବାରେ ଯାଜପୁର ଜିଲ୍ଲା ଏକ ନମ୍ବର ପାଲଟି ଥବା ବେଳେ ତାହାର ଏ କରୁଣ ଚିତ୍ର ବନ୍ଧଡ଼ିହରେ ଦେଖିବାକୁ ମିଳୁଛି |ଧିକ ତମ ରାଜନୀତି ଧିକ ତମ ଏକ ନମ୍ବରିଆ କୁଜି ନେତାଙ୍କୁ କେତେ ଟଙ୍କା ଦେଲେ ଘର ଖଣ୍ଡେ ମିଳିବ ଫଳକ ଲଗାଇ ଦିଅ |ସରପଞ୍ଚଙ୍କ ପ୍ରତିକ୍ରିୟା କି-ଛିବି ମିଳିନି |ସବୁଥିରେ ମୁଁ ଜାଣିନି ବୋଲି ଲୋକେ କୁହା କୁହି ହୁଅନ୍ତି |ଜନେ ହସିବେ ଏହି ତହୁଁ ଫଳ |ଦେଖିବାକୁ ବାକି ରହିଛି କେଉଁ ରାଜନୀତି ଦଳ ତାଙ୍କ ସାହା ଭରସା |