ଅଧକ୍ଷ ପଦରୁ ହଟିଲେ ମୀନତି ବେହେରା..

ଅଧକ୍ଷ ପଦରୁ ହଟିଲେ ମୀନତି ବେହେରା..

ମହିଳା କମିଶନ ଅଧକ୍ଷ ପଦରୁ ହଟିଲେ ମୀନତି ବେହେରା । ମୀନତି ବେହେରାଙ୍କ ନାମରେ ଅଭିଯୋଗ ରହିଥିଲା କି ସେ ତାଙ୍କ କାର୍ଯ୍ୟ ସୂଚାରୂରୂପେ ତୁଲାଉନାହାନ୍ତି ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାସହ ମାମଲା ସମାଧାନ କରିବାରେ ଆବଶ୍ୟକତାଠାରୁ ଅଧିକ ବିଳମ୍ୱ କରିଥିଲେ ଯାହାଦ୍ୱାର କି ସରକାରଙ୍କ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଥିଲା । କାରଣ ଦର୍ଶାଅ ନୋଟିସରେ ମୀନତିଙ୍କ ଉତ୍ତର ସନ୍ତୋଷଜନକ ହୋଇନଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଯାହାଦ୍ୱାରା ତାଙ୍କୁ ଗତ ଅକ୍ଟୋବର 23 ତାରିଖରେ ମହିଳା କମିଶନର ଅଧକ୍ଷା ପଦରୁ ଅବ୍ୟହାତି ଦିଆଯାଇଥିଲା । ତାଙ୍କ ପାଖକୁ କୌଣସି ଲିଗାସ ନୋଟିସ ଆସିନଥିବା କାରଣ ଦର୍ଶାଇ ଏହାକୁ ନମାନି ସେ ନିଜର କାର୍ଯ୍ୟ କରୁଥିଲେ ଏବଂ ନିଜ ସିଟରେ ବସୁଥିଲେ । ଆଜି ବିଧିବଦ୍ଧ ଭାବେ ତାଙ୍କୁ ପଦରୁ ହଟାଇ ସରକାରୀ ନୋଟିସ ଜାରି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *