ଅତନୁଙ୍କ ବଡ ବୟାନ…

ଅତନୁଙ୍କ ବଡ ବୟାନ…

ପୁଣି ଆଉ ଏକ ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା । ସରକାର ଗଠନ ପାଇଁ ସଂଖ୍ୟା ଗଣିତ ବୁଝାଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ । ବିଜେଡିକୁ ପୁଣି ଥରେ ସରକାର ଗଠନ କରିବାକୁ କେତେ ଆସନ ଦରକାର ସେନେଇ ସଂଖ୍ୟା ଗଣିତ ବୁଝାଇଛନ୍ତି ଅତନୁ । ବିଜେଡିର ୫୧, କଂଗ୍ରେସର ୧୪ ଓ ସ୍ୱାଧୀନର ୩ ବିଧାୟକଙ୍କ କଥା କହି ରାଜ୍ୟବାସୀ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅତନୁ । ଯାହାକୁ ନେଇ ଏବେ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଅତନୁଙ୍କ ପୂର୍ବରୁ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାନ ଓ ଅମର ପଟ୍ଟନାୟକ ମଧ୍ୟ ବିଜେଡି ପୁଣି ଥରେ ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ଆଉ ଏବେ ଅତନୁଙ୍କ ଏହି ବୟାନ ରାଜନୀତିରେ ଏକ ନୂଆ ଟ୍ୱିଷ୍ଟ ଆଣିଛି ।

author

Related Articles

Leave a Reply

Your email address will not be published. Required fields are marked *