ବଦଳିଲାଣି ପାଗର ମିଜାଜ । ଆଗକୁ ବଢିବ ଶୀତ । ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଏସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି କାର୍ତ୍ତିକ ମଙ୍କସର ଶେଷ ସୋମବାର । କିନ୍ତୁ ଏଯାଏ ଶୀତ ଋତୁ ଆସନି । ହେଲେ ଶୀତର ପ୍ରକୋପ ଅନୁଭୂତ ହେଲାଣି । ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁଡୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି। ଭୋରୁ ଭୋରୁ ପ୍ରବଳ ଶୀତ ହେଉଥିବା ଦେଖିବାକୁ ମିଳିଛି।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024