ଚିକିତ୍ସାଳୟରେ ସେବା ଯୋଗାଇବା ବଦଳରେ ଘରୋଇ ନର୍ସିଂ ହୋମକୁ ଯିବାକୁ ରୋଗୀଙ୍କୁ ବାଧ୍ୟ କରୁଛନ୍ତି ଡାକ୍ତର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ । ଅଭିଯୋଗ ଅନୁସାରେ ଜଣେ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ଗୋଡ ଭାଙ୍ଗି ଯାଇଥିଲା । ସେମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥି ଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ ତେବେ ଡ୍ୟୁଟିରେ ଥିବା ବିଭାଗୀୟ ଡାକ୍ତର ଏଠାରେ କିଛି ସୁବିଧା ନାହିଁ ଏକ ଘରୋଇ ନର୍ସିଂ ହୋମକୁ ଚାଲ ମୁଁ ଅପରେସନ କରିଦେବି ବୋଲି କହିଥିଲେ । ତେବେ ରୋଗୀ ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଚିନ୍ତାରେ ପଡ଼ିଥିବା କହିଛନ୍ତି ।
ପୂର୍ବ ବିଜେଡି ସରକାର ସମୟରେ କେବଳ ଠିକାଦାର ପୋଷିବା ପାଇଁ ନିର୍ମାଣ ହୋଇଛି ତିନି ମହଲା ବିଶିଷ୍ଟ କୋଠା। କେବଳ ବିଲ୍ଡିଂ ନିର୍ମାଣ କରି ଡାକ୍ତର କିମ୍ବା କର୍ମଚାରୀ ନିଯୁକ୍ତିକୁ ଭୁଲି ଯାଇଥିଲେ ବିଜେଡି ସରକାର । ଅନ୍ୟ ପଟେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ବୋଲି ଡିଣ୍ଡିମ ପିଟିଥିଲେ । ହେଲେ ଏବେ କୌଣସି ସାଧାରଣ ସୁବିଧା ବି ଉପଲବ୍ଧ ନଥିବା ଏହି ଘଟଣାରୁ ଜଳ ଜଳ ହୋଇ ଦିଶୁଛି । ଯାହା ଫଳରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକ। ଅନ୍ୟପଟେ ନର୍ସିଂ ହୋମ ସହିତ ଡିଲ କରି ଟଙ୍କା ଆୟ କରିବାରେ ବ୍ୟସ୍ତ ଡାକ୍ତରମାନେ । ତେବେ ଘଟଣାକୁ ସଂପୃକ୍ତ ଡାକ୍ତର ଖଣ୍ଡନ କରିଥିବାବେଳେ ମୁଁ ଲୋକାଲ ଲୋକ ଯାହା କରିବ କର ବୋଲି କହିଛନ୍ତି । ଅପରପକ୍ଷରେ ଘଟଣା ବାବଦରେ ମୁଁ ସଂପୂର୍ଣ୍ଣ ଅବଗତ ନାହିଁ । ଆମର ଯେହେତୁ ସୁବିଧା ନାହିଁ ସେ ଡାକ୍ତର ବାହାରକୁ ଯିବାପାଇଁ କହିଥିବା କହିଲେ ମେଡିକାଲ ଅଧିକ୍ଷକ ।