ଗଞ୍ଜେଇ ଚାଷର ହବ୍ ପାଲଟିଛି ଗଜପତି ଜିଲ୍ଲାର ମୋହନା, ନୂଆଁ ଗଡ଼ ଓ ରା.ଉଦୟଗିରି ବ୍ଲକ୍ । କାଟିଲେ ବୋହିଲେ ସରୁନି ନୀଳଜହର ।ଗଜପତି ଜିଲ୍ଲାର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବହୁ ପରିମାଣରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ହେଉଥିବା ବେଳେ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ଅନେକ ପରିବାରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ମଧ୍ୟ ଗତି କରୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ଶିବିର ଚନ୍ଦ୍ରଗିରି ଫାଣ୍ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଣ୍ଡା , ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ,ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ଉପସ୍ଥିତ ରହିଥିବା ବେଳେ ବହୁ ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ କିଭଳି ଗଞ୍ଜେଇ ଚାଷର ମୂଳ ଉତ୍ପାଟନ ହୋଇପାରିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ଆଦିବାସୀଙ୍କ ଜୀବନ ଶୈଳୀ ବଦଳାଇବା ସହ ଗଞ୍ଜେଇ ଚାଷ ଠାରୁ ଦୂରେଇ ରହିବା, ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ସମାଜରେ ଇଜ୍ଜତ ଓ ସମ୍ମାନର ସହିତ ବଞ୍ଚିବା, ଲାଗି ପ୍ରେରଣା ଦେଇଥିଲେ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଏହି ସଚ଼େତନତା ମୂଳକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପାଇକ ଓ କମିଚ଼ାରୀ ବୃନ୍ଦ ।
You can share this post!
author
Related Articles
ରାସ୍ତାରୋକ କଲେ ଅଞ୍ଚଳବାସୀ
- November 11, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024
ମର୍ମନ୍ତୁତ ସିରିଜ ଦୁର୍ଘଟଣା
- October 22, 2024