ମନ ଜିଣୁଛନ୍ତି ମୋହନ । ବଢୁଛି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରିୟତା । ହଁ ଆଜ୍ଞା, ଦୀର୍ଘ ୨୪ ବର୍ଷ ପରେ ଓଡିଶାବାସୀଙ୍କୁ ନୂଆ ସରକାର ସହ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । ପ୍ରଥମ କରି ସରକାର ଗଢିଥିବା ବିଜେପି ଏବେ ଶାସନ ଗାଦିରେ ବସିଛି । ଏବଂ ପୁରୁଣା ସରକାରର ଶାସନ ବ୍ୟବସ୍ଥାକୁ ହଟାଇ ନୂଆ ଶାସନ ବ୍ୟବସ୍ଥା ଚଳାଇଛନ୍ତି । ଆଉ ଏହି ନୂଆ ଶାସନ ବ୍ୟବସ୍ଥାରେ ଅନେକ ଲୋକାଭିମୁଖୀ ଯୋଜନା ଆଣିବା ସହିତ ଲୋକଙ୍କ ହିତ ପାଇଁ ଚିନ୍ତା କରୁଛନ୍ତି ମୋହନ । ଦୀର୍ଘ ୨୪ ବର୍ଷ ଧରି ଯେଉଁ ସବୁ ବ୍ୟବସ୍ଥା ଅଚଳ ହୋଇପଡିଥିଲା ସେସବୁକୁ ସଚଳ କରିବା ସହ ଏହା କିପରି ସାଧାରଣ ଲୋକଙ୍କ କାମରେ ଆସିବ ସେନେଇ ଯୋଜନା କରୁଛନ୍ତି । ଦୁଖୀ ରଙ୍କିଙ୍କ ଅଭିଯୋଗ ନିଜେ ସରକାର ଗ୍ରାଉଣ୍ଡ ଜିରୋରୁ ଶୁଣିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ କଡା ନିର୍ଦ୍ଦେଶ ଦେଉଛନ୍ତି । ଏପରିକି ବିଭିନ୍ନ ନିବାଚନ ମଣ୍ଡଳୀରେ ମଧ୍ୟ ଅଭିଯୋଗ ଶୁଣାଣି କରିବାକୁ ନିଜ ଦଳର ନେତାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଯାହାକୁ ସାଧାରଣ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇ କୌଣସି ବାଛ ବିଚାର ନକରି ହାଇସିକ୍ୟୁରିଟି ସତ୍ୱେ ସେ ସାଧାରଣ ଲୋକଙ୍କ ସହ ମିଶିବା ସହିତ ସେମାନଙ୍କ ଘରେ ଭୋଜନ କରୁଛନ୍ତି, ରୋଡ ସାଇଟରୁ ଜିନିଷ ବି କିଣୁଛନ୍ତି । ଏପରିକି ସାଧାରଣ ଲୋକଙ୍କ ସହ ମିଶି ପର୍ବ ପର୍ବାଣୀ ମଧ୍ୟ ସେଲିବ୍ରେଟ କରୁଛନ୍ତି । ଯାହାକୁ ସାଧାରଣ ଲୋକେ ବେଶ୍ ପସନ୍ଦ କରୁଛନ୍ତି । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ଝଲକ ବି ସାଧାରଣ ଜନତାଙ୍କ ସହ ଖୋଦ ଦଳୀୟ ନେତାଙ୍କୁ ଦେଖିବାକୁ ମିଳୁନଥିଲା । କିନ୍ତୁ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପାଖରେ ପାଇବା ସହ ସେମାନଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇପାରୁଛନ୍ତି ସାଧାରଣ ଜନତା । ଏହା ସହ ଓଡିଆ ଭାଷା ଉପରେ ଗୁରୁତ୍ୱ ଦେବା ସହ ସାଧାରଣ ଜନତାଙ୍କ ସୁବିଧା ସୁଯୋଗ ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଛନ୍ତି । ଏବଂ କିପରି ଓଡିଶାବାସୀ ବିଜେପି ସହ ଯୋଡି ହୋଇରହିବେ ସେନେଇ ମୋହନ ମାଝୀ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।
You can share this post!
author