ସରକାରକୁ ଆସିବାକୁ ବିଜେଡି କରୁଛି ନୂଆ ଗେମ୍ ପ୍ଲାନ । ରାଜ୍ୟ ନେତୃତ୍ୱଙ୍କୁ ଛାଡି ଦିଲ୍ଲୀ ନେତୃତ୍ୱଙ୍କ ସହ ଭତ୍ତିରିଆ ପ୍ଲାନ କରୁଛନ୍ତି କି ନବୀନ ? କାହିଁକି ବାରମ୍ବାର ମେଣ୍ଟକୁ ନେଇ ବୟାନ ଦେଉଛନ୍ତି ବିଜେଡି ନେତା । ଏଭଳି କିଛି ଦ୍ୱନ୍ଦ୍ୱ ଏବେ ବିଜେଡି ନେତାଙ୍କ ବୟାନଙ୍କୁ ନେଇ ସୃଷ୍ଟି ହୋଇଛି । କାରଣ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ନେତାଙ୍କ ଏଯାଏଁ କ୍ଷମତା ନିଶା ଛାଡିନି । ସରକାରକୁ ହଟିବା ପରେ ବି ଖୁବଶୀଘ୍ର ସରକାରକୁ ଆସିବାର ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ଦେଉଛନ୍ତି । ପ୍ରଥମେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପରେ ମୁନ୍ନା ଖାନ, ଅମର ପଟ୍ଟନାୟକ ଆଉ ଏବେ ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ । ଗଣମାଧ୍ୟମ ଆଗରେ ଏମାନେ ପୁଣି ଥରେ ବିଜେଡି ସରକାରକୁ ଆସିବା ନେଇ ଏବଂ ମୁଖ୍ୟମନ୍ତ୍ରୀ ଆସନରେ ନବୀନ ପଟ୍ଟନାୟକ ବସିବା ନେଇ ବଡ ବଡ ବୟାନ ଦେଉଥିଲେ । ତେବେ ଦେବାଶିଷ ସାମନ୍ତରାୟ ପ୍ରଥମେ ବିଜେଡି ସରକାରକୁ ଆସିବା ନେଇ ଦରକାର ପଡିଲେ କଂଗ୍ରେସ ସହ ମେଣ୍ଟ କରିବା ନେଇ କହିଥିଲେ । ଯାହାକୁ ନେଇ ସେ ସମୟରେ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ଏବଂ ଦେବାଶିଷଙ୍କ ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ଏହାର କଡା ଜବାବ ରଖିଥିଲା । କଂଗ୍ରେସ ନେତା ମହମ୍ମଦ ମୋକିମ ଦେବିଶିଷଙ୍କ ଏହି ମନ୍ତବ୍ୟର କଡା ଜବାବ ଦେବାକୁ ଯାଇ ବିଜେଡିରେ ଦିନରେ ସ୍ୱପ୍ନ ଦେଖୁଥିବା କହି କଟାକ୍ଷ କରିଥିଲେ । ଏବଂ ବିଜେଡି-କଂଗ୍ରେସ ମେଣ୍ଟ ହେବାର କୌଣସି ପ୍ରଶ୍ନ ଉଠୁନି ବୋଲି ମନ୍ତବ୍ୟ ଦେଇଥିଲୋ ଆଉ ଏବେ ଦଳର ଜଣେ ଆଗଧାଡିର ନେତା ପୁଣି ଥରେ ମେଣ୍ଟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ଏବଂ ବିଜେଡିକୁ ସରକାରକୁ ଆସିବାକୁ ହେଲେ କେତେ ସଂଖ୍ୟା ଦରକାର ସେନେଇ ସଂଖ୍ୟା ଗଣିତ ବୁଝାଇଛନ୍ତି । ବିଜେଡିର ୫୧, କଂଗ୍ରେସର ୧୪ ଏବଂ ସ୍ୱାଧୀନର ୩ ଏପରିକି କିଛି ବିଜେପି ବିଧାୟକ ମଧ୍ୟ ବିଜେଡିକୁ ଆସିବେ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ଅତନୁ । ଏବଂ ଏମାନଙ୍କୁ ନେଇ ରାଜ୍ୟବାସୀ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ରେଡୀ ହୋଇସାରିଲେଣି ବୋଲି ମତବ୍ୟକ୍ତ କରିଥିଲେ । ଯାହାକୁ ନେଇ ଏବେ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।
ତେବେ ଅତନୁଙ୍କ ଏଭଳି ମନ୍ତବ୍ୟର କାଉଣ୍ଟର ମଧ୍ୟ ରଖିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । କେଉଁ ଆଧାରରେ ବିଜେଡି ନେତା ଏପରି କହିଛନ୍ତି ସେ ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହିବା ସହ କଂଗ୍ରେସର କାହା ସହିତ ମେଣ୍ଟ କରିବାର ନାହିଁ ବୋଲି କହିଛନ୍ତି ମୋକିମ୍ । ତେବେ ବାରମ୍ବାର କଂଗ୍ରେସ ନେତା ମେଣ୍ଟକୁ ନେଇ ମୁହଁ ମୋଡୁଥିବା ବେଳେ ବିଜେଡି ନେତା କିପରି ମେଣ୍ଟକୁ ନେଇ ବାରମ୍ବାର ବୟାନବାଜି କରୁଛନ୍ତି ଏବଂ ବିଜେଡି କିଛି ଭିତ୍ତିରିଆ ଷଡଯନ୍ତ୍ର କରୁଛି କି ବୋଲି ଏବେ ସନ୍ଦେହ ସୃଷ୍ଟି ହେଲାଣି ।