ବଦଳିଯିବ କି ମୁଖ୍ୟମନ୍ତ୍ରୀ ଚେହେରା ?

ବଦଳିଯିବ କି ମୁଖ୍ୟମନ୍ତ୍ରୀ ଚେହେରା ?

ଖୁବଶୀଘ୍ର ବଦଳିବେ ମୁଖ୍ୟମନ୍ତ୍ରୀ । ବଦଳିଯିବ ମୁଖ୍ୟମନ୍ତ୍ରୀଙ୍କ ଚେହେରା । ଏ ଚର୍ଚ୍ଚା ବିଜେପି ସରକାରକୁ ଆସିବାର ମାତ୍ର କିଛି ଦିନ ପରେ ହିଁ ରାଜ୍ୟରେ ଆରମ୍ଭ ହୋଇଯାଇଥିଲା । ନୂଆ କରି ସରକାର ଗଢିଥିବା ବିଜେପି ଶାସନ ବ୍ୟବସ୍ଥାକୁ କିପରି ଚଳାଇବେ ସେନେଇ ଅଭିଜ୍ଞତା ନଥିବାରୁ ଏ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୫ ମାସ ପରେ ବି ସମାନ ଚର୍ଚ୍ଚା ମୁଣ୍ଡ ଟେକୁଛି । ଆଉ ଏଭଳି କିଛି ଆଶଙ୍କା ବିଜେପିର ଅନ୍ଦରମହଲରୁ ହେଉଥିବା ଶୁଣିବାକୁ ମିଳୁଛିି । କାରଣ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଆଚରଣ କରିବା କଥା, ଯେଉଁଭଳି ରାଜ୍ୟକୁ ଚଳାଇବା କଥା ସେଭଳି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳାଇବାରେ ସିଦ୍ଧହସ୍ତ ହୋଇପାରୁନାହାନ୍ତି । ଯାହାକୁ ନେଇ ଆଗକୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇପାରେ ବୋଲି ଆଶଙ୍କା କରାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ବିନା ସିଏମଓ କାର୍ଯ୍ୟାଳୟ ଚାଲିଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ଆସୁଛି । କାରଣ ସିଏମଓ ପକ୍ଷରୁ ଯେଉଁ ସବୁ ନିଷ୍ପତ୍ତି ନିଆଯାଉଛି ସେ ସମ୍ପର୍କରେ ଅଧିକାଂଶ ଖବର ମୁଖ୍ୟମନ୍ତ୍ରୀ ଜାଣିପାରୁନଥିବା ଏବଂ ସେ ନିଜେ ଅବଗତ ନଥିବା ବିଗତ ଦିନମାନଙ୍କରେ ଦେଖିବାକୁ ମିଳିଛି । ବିଜୁ ବାବୁ କ୍ରୀଡା ସମ୍ମାନର ନାଁ ବଦଳାଇବା ପ୍ରସଙ୍ଗରେ ହିଁ ସ୍ପଷ୍ଟ ହୋଇପଡିଛି । ଆଉ ଏଥିରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଦଳର ଅନ୍ୟନେତା ମାନେ ନିଷ୍ପତ୍ତି ନେଉଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମୋହରା ବନାଉଥିବା ସାଧାରଣରେ ଆଲୋଚନା ହେଉଥିଲା । ତେବେ ଏସବୁ ପରେ ଏବେ ରାଜ୍ୟ ବିଜେପିର ସମ୍ମାନ ଉପରକୁ ମଧ୍ୟ କଥା ଆସିଛିା ଓଡିଶାରେ ବିଜେପି ସରକାର ଗଢିବା ପରେ ଏବେ ଝାଡଖଣ୍ଡରେ ବି ବିଜେପି ଡବଲ ଇଞ୍ଜିନ ସରକାର ଆଣିବାକୁ ପ୍ରୟାସ ଜାରି ରଖିଛିା ଆଉ ଏଥିରେ ରାଜ୍ୟ ବିଜେପି ନେତାଙ୍କୁ ବିଜେପିର ହାଇକମାଣ୍ଡ ଦାୟିତ୍ୱ ଦେଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନେତୃବୃନ୍ଦ ନିଜ ରାଜ୍ୟ ଛାଡି ପଡୋଶୀ ରାଜ୍ୟରେ ଡେରା ପକାଇଛନ୍ତି । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରମ୍ବାର ଝାଡଖଣ୍ଡ ଗସ୍ତ କରି ସେଠାରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହୁଛନ୍ତିା କିନ୍ତୁ ଯଦି ଏଠାରେ ବିଜେପି ସରକାର ନଗଢିପାରିଲା ତେବେ ଏହା ରାଜ୍ୟ ବିଜେପି ନେତାଙ୍କ ସମ୍ମାନ ଉପରକୁ ଆଙ୍ଗୁଠି ଉଠାଇବା ସହିତ ମୋହନ ମାଝୀଙ୍କ ପାରିବା ପଣିଆ ଉପରକୁ ମଧ୍ୟ ପ୍ରଶ୍ନ ଉଠିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବଂ ଆଗାମୀ ନିର୍ବାଚନ ପୂର୍ବରୁ ମୋହନ ମାଝୀ ଙ୍କ ମୁଖ୍ୟମନ୍ତ୍ରୀ ପଦ ଟଳମଳ ହୋଇପାରେ ବୋଲି ଚର୍ଚ୍ଚା ବଢି ବଢି ଚାଲିଛି । ତେବେ ଦେଖାଯାଉ ଆଗକୁ ରାଜନୈତିକ ପାଣିପାଗରେ କେଉଁ ପରିବର୍ତନ ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *