ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ ଗତକିଛି ଦିନ ଧରି ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କ ଦେଖା ଦେଇଛି । ମଙ୍ଗଳବାର ଦିନ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ ବାଘ ଆତଙ୍କକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଜିଲ୍ଲାରେ ମହାରାଷ୍ଟ୍ର ରୁ ଏକ ବାଘ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଥିବା ଚଳପ୍ରଚଳ କରୁଛି। ବର୍ତମାନ ସୁଦ୍ଧା ବାଘ ଆକ୍ରମଣ ର ୬ଟି ମାମଲା ବନବିଭାଗ ପାଖକୁ ଆସିଛି । ବନବିଭାଗ କ୍ଷତି ପୂରଣ ବାବଦକୁ ୫୮ ହଜାର ଟଙ୍କା ପ୍ରଦାନ କରୁଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନୀ ଗୋଖୋର୍ ସୂଚନା ପ୍ରଦାନ କରିଛନ୍ତି। ବାଘ ବିଭିନ୍ନ ଗୃହପାଳିତ ପଶୁ ଙ୍କୁ ଆକ୍ରମଣ କରୁଥିବା ମାମଲା ବନବିଭାଗ ପାଖରେ ରହିଛି ।
You can share this post!
author