କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାଙ୍କୁଆ ଜାଉ ଖାଇ ୨ଜଣ ଆଦିବାସୀଙ୍କର ମୃତ୍ୟୁ ଓ ଆଉ ୬ ଜଣ ଗୁରୁତର ଘଟଣାରେ ପାର୍ଟି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଏକ ୬ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏଥିପାଇଁ ରାଜ୍ୟର ମୋହନ ମଝି ସରକାର ପ୍ରତ୍ୟକ୍ଷ ଭାବେ ଦାୟୀ ବୋଲି ରାଜ୍ୟ ସମ୍ପାଦକ ଅଳିକିଶୋର ପଟନାୟକ ଅଭିଯୋଗ କରିଥିଲେ । ସରକାରଙ୍କ ଅବହେଳା କାରଣରୁ ହିଁ ୨ ଜଣ ଆଦିବାସୀ ଜୀବନ ହରାଇଲେ।ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ନିମ୍ନ ଲିଖିତ ପଦକ୍ଷେପ ଗୁଡିକ ତୁରନ୍ତ ଗ୍ରହଣ କରିବା ପାଇଁ ପାର୍ଟି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବରିଷ୍ଠ ନେତା କୈଳାଶ ଷଡଙ୍ଗୀ, ହରି କୃଷ୍ଣ ରେଡି, ରାମ ଚନ୍ଦ୍ର ନାୟକ,ବିଦ୍ୟାଧର ଜେନା, ଶିଵ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ,ଵିଷ୍ଣୁ ପ୍ରିୟା ସାହୁ, ବୈରାଗି ମଳିକ, ଗମାଙ୍ଗ,ବିଜୟ ବିଶୋଇ, ବିଭୁ ପ୍ରସାଦ ପାଣିଗ୍ରାହୀ, ନିଳ ମଣି ଗୁରୁ ,ଗୋପାଳ ପାଣିଗ୍ରାହୀ,ଖାଲି ସ୍ୱାଇଁ,ଅଜୟ ଗୌଡ଼ ପ୍ରମୁଖ ନେତୃତ୍ୱ ନେଇଥିଲେ।
You can share this post!
author
Related Articles
ନୂତନ ଆଶା କର୍ମୀ ନିଯୁକ୍ତି ପାଇଁ ଦାବୀ
- November 12, 2024
ଆମ୍ବ କୋଇଲି ନେଲା ଜୀବନ
- November 1, 2024