ଭୁବନେଶ୍ୱରରେ ଆସନ୍ତା 29 ତାରିଖରେ ପ୍ରଥମ ଥର ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା 29ରୁ 1 ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟର ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯିବ । ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ । କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର୍ରେ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ଚାଲିଛି ।
You can share this post!
author