ବର୍ଷେ ପରେ ବି ବଦଳୁନି ମୋହନଙ୍କ ସଭାର ବିକଳ ଚିତ୍ର !

ବର୍ଷେ ପରେ ବି ବଦଳୁନି ମୋହନଙ୍କ ସଭାର ବିକଳ ଚିତ୍ର !

ବିଜେପି ସରକାରରେ ଖାସ କରି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଏକ ଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଟ୍ରେଣ୍ଡରେ ରହିଛି । ଯାହା ଲୋକଙ୍କ ସରକାରଙ୍କ ଏକ ପ୍ରକାର ବିଫଳତାକୁ ବି ଦର୍ଶାଉଛି । ତେବେ ସେ ଚିତ୍ର ହେଉଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଖାଲି ଚେୟାର ପଡିବା ଚିତ୍ର । ଦୀର୍ଘ ମାସ ହେବ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାଯ୍ୟକ୍ରମ ସଭା ସମିତିରେ ସାଧାରଣ ଲୋକଙ୍କ ପାଇଁ ପଡିଥିବା ଚେୟାର ଗୁଡିକ ଖାଲି ପଡୁଥିବା , ଲୋକେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣୁନଥିବା, ଅଭିଭାଷଣ ସମୟରେ ସାଧାରଣ ଜନତାଙ୍କ ସହିତ ପୋଲିସମାନେ ନିଜ ନିଜ ଫୋନ୍ ଟିପୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏପରିକି ଏହି ପ୍ରକାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ନିଜେ ଏ ସମ୍ପର୍କରେ ମୁହଁ ଖୋଲିଥିବା ନଜର ଆସିଥିଲେ । ଏବଂ ଏହା ପଛରେ ଯାହାର ହାତ ଅଛି ସେମାନଙ୍କୁ ଭରା ସଭାରେ ୱାର୍ଣ୍ଣିଂ ବି ଦେଇଥିଲେ । କିନ୍ତୁ ତଥାପି ସ୍ଥିତି ସୁଧୁରୁନି ।

ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଏଲଇଡି ସ୍କ୍ରିନ ମାଧ୍ୟମରେ ଚାଲିଥିବା ବେଳେ ପୁଣି ଥରେ ଲୋକେ ଭାଷଣ ଶୁଣୁନଥିବା ଏବଂ ଚେୟାର ସେହିପରି ଫାଙ୍କା ପଡିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏବଂ ବିରୋଧୀ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେପିକୁ କଟାକ୍ଷ କରିଛନ୍ତି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନିଜ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ବିଜେପିକୁ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକେ ନାହାନ୍ତି ତଥାପି ଏତେ ଉତ୍ସବ କେଉଁଥି ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ତେବେ କେବଳ ଯେ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ସ୍ଥିତି ଏପରି ତାହା ନୁହେଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭରା ସଭାରେ ଭାଷଣ ଦେଉଥିବା ବେଳେ ଚେୟାର ଗୁଡିକ ଫାଙ୍କା ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହା ସହ ଖୋଦ ବିଜେପିର ହାଇକମାଣ୍ଡ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ଚେୟାର ଗୁଡିକ ଫାଙ୍କା ପଡିଥିବା ଏବଂ ଫାଙ୍କା ପଡିଥିବା ଚେୟାରରେ ଲୋକେ ଶୋଇପଡିଥିବା ଦୃଶ୍ୟ ଭାଇରାଲ ହୋଇଛି । ଯେଉଁଥିରୁ ରାଜ୍ୟ ସହ ଦେଶରେ ମଧ୍ୟ ଲୋକେ ବିଜେପିକୁ ମୁହଁ ମୋଡୁଥିବା ଆଶଙ୍କା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *