ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ବରେ ବ୍ଳକ ସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ସାଂସଦ ଭୃଗୁବକ୍ସି ପାତ୍ର, ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଗଞ୍ଜାମ ଜିଲ୍ଲା ବିଜେଡିର ବରିଷ୍ଠ ନେତା ସୁବାଷ ମହାରଣା, କୈଳାସ ରଣା, ରଞ୍ଜନ ପଲେଇ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବାଲମିନା ଅଧିକାରୀ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ବରିଷ୍ଠ ନେତା ଶିବ ସାହୁ, ବିଳାସ ନାୟକ, ଦେବାନନ୍ଦ ନାୟକ, ମୋଶା ମାଝୀ,ପ୍ରଫୁଲ୍ଲ ଲିମା, ବିଭୂ ମଳିକ,ହାଡ଼ୁବନ୍ଧୁ ନାୟକ, ଅଭୟ ପରିଚ୍ଛା, ହାଡ଼ିଆ କନ୍ଧ,ଝୁମୁରୀ ବୀର,ଦେବାନନ୍ଦ ନାୟକ, ଜୟନ୍ତୀ ପଟ୍ଟନାୟକଙ୍କ ସମେତ ମୋହନା ବ୍ଲକ ଅନ୍ତର୍ଗତ ୩୯ଟି ଗ୍ରାମ ପଞ୍ଚାୟତରୁ ଆସିଥିବା ବହୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , ୱାର୍ଡ ମେମ୍ବର ଓ ଶତାଧିକ ବିଜେଡି କର୍ମୀ ଓ ନେତା ଯୋଗ ଦେଇଥିଲେ। ବରିଷ୍ଠ ବିଜେଡି ନେତାମାନେ ନିଜ ବକ୍ତବ୍ୟରେ ଉପସ୍ଥିତ କର୍ମୀମାନଙ୍କୁ ମୋହନ ସରକାର କିପରି ଲୋକଙ୍କୁ ମିଛ କହି ଭୋଟ ନେଇ ସରକାର କରିଛି ତାହା ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ କହିବା ସଙ୍ଗେ ସଙ୍ଗେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ୨୪ ବର୍ଷ ଓଡ଼ିଶାରେ କିପରି ଲୋକଙ୍କ ସେବା କରିଥିଲେ ତାହା ଲୋକଙ୍କୁ ବୁଝାଇବାକୁ ଉପସ୍ଥିତ କର୍ମୀ ଙ୍କୁ କହିଥିଲେ। ନବୀନ ପଟ୍ଟନାୟକ ଓଡ଼ିଶା ଶାସନ ଛାଡ଼ିଲା ବେଳକୁ ୪୦ ହଜାର କୋଟି ବ୍ୟାଙ୍କରେ ଛାଡ଼ି ଆସିଥିଲେ କିନ୍ତୁ ମୋହନ ସରକାର ଆଜିର ଦିନରେ ଶାସନ କ୍ଷମତାକୁ ଆସି ଏକ ବର୍ଷ ପୂର୍ତ୍ତି ମଧ୍ୟରେ ୯୧ ହଜାର କୋଟି ଟଙ୍କା ଋଣ କରି ଶାସନ କରୁଥିବା ପ୍ରକାଶ କରିଥିଲେ। ବିଜେପି ସରକାର ଡବଲ ଇଞ୍ଜିନ ସରକାର କହୁଥିବା ବେଳେ ଲୋକଙ୍କୁ ଡବଲ ଧକ୍କା ଦେଇଛି ବୋଲି କହିଥିଲେ। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ସ୍ଥାନୀୟ ନେତା ଓ କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ବିଜେଡି କରାଯାଇଥିବା ଜନହିତକର କାର୍ଯ୍ୟକ୍ରମଗୁଡ଼ିକୁ ପହଞ୍ଚାଇ ଲୋକଙ୍କ ନିକଟତର ହେବାକୁ ନେତା ମାନେ ଉପଦେଶ ଦେଇଥିଲେ। ଆଗାମୀ ଦିନରେ ବିଜେଡ଼ିର ସମସ୍ତ ନିର୍ବାଚ଼ିତ ଜନପ୍ରତିନିଧି ଓ କର୍ମୀମାନେ ଏକଜୁଟ ହୋଇ ସ୍ଥାନୀୟ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏକ ବଡ଼ ଆନ୍ଦୋଳନ କରିବା ନିମନ୍ତେ କର୍ମୀ ସମ୍ମିଳନୀରେ ଆଲୋଚନା ହୋଇଥିଲା। ବିଧାୟକ ଶ୍ରୀ ପାଣିଗ୍ରାହୀ କର୍ମୀମାନଙ୍କୁ ନିଜ ହାତରେ ଭୋଜନ ପରଶିଥିଲେ। କର୍ମୀମାନେ ବେଶ ଆନନ୍ଦତ ଥିଲେ। ନିର୍ବାଚନ ସରିବା ପରେ ବିଜେଡ଼ିର ଆଜି ମୋହନାଠାରେ ଜିଲ୍ଲାର ପ୍ରଥମ ବ୍ଲକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତାମାନଙ୍କୁ ପାଖରେ ପାଇ କର୍ମୀମାନେ ଆନନ୍ଦ ଉଲ୍ଲସିତ ହେଉଥିବା ଦେଖିବାକୁ ମିଳିଥିଲା।

You can share this post!
author