ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ଆତ୍ମାର ସଦଗତି ପାଇଁ ଏବଂ ଦୁର୍ଘଟଣାରେ ବଞ୍ଚିଥିବା ବ୍ୟକ୍ତିଙ୍କ ଆସୁ ଆରୋଗ୍ୟ କାମନା କରି ଭଏସଅଫ୍ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ତରଫରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋକସଭା ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ସହ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି , ବରିଷ୍ଠ ସମାଜ ସେବୀ , ବିଭିନ୍ନ ସଂଘର ସଭାପତି ଓ ସମ୍ପାଦକ ଶରତଙ୍କ ସହ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଭଏସ ଅଫ ମିଡିଆ ସଭାପତି ଙ୍କ ସହ ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ଥିଲେ ।
