ବିଜେଡି ନେତାଙ୍କ ଲମ୍ୱା ଲାଇନ

ବିଜେଡି ନେତାଙ୍କ ଲମ୍ୱା ଲାଇନ

ପୁଣି ଯାଜପୁରରେ ବାଜିଲା ଶଙ୍ଖ । ଏକାଠି ହେଲେ ବିଜେଡିର ବରିଷ୍ଠ ନେତା କମ୍ପିଲା ବବିଙ୍କ ଗଡ । ହଁ ଦର୍ଶକବନ୍ଧୁ ଘୁଞ୍ଚୁଛି ପଦ୍ମ ବାଜୁଛି ଶଙ୍ଖ । ଧୀରେ ଧୀରେ ସୃଦୃଢ ହେବାରେ ଲାଗିଛି ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଦଳ । ଏପଟେ ରାଜ୍ୟରେ ସରକାରଙ୍କୁ ଏକ ବର୍ଷ ପୂର୍ଣ୍ଣ ହୋଇସାରିଛି ତ ବିରୋଧିରେ ବସିଥିବା ବିଜେଡି ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଏକ ବର୍ଷର ଦାୟିତ୍ୱ ତୁଲାଇ ସାରିଛି । ସରକାର ଯେତିକି ସକ୍ରିୟ ହୋଇ ନିଜର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ବିରୋଧି ବିଜେଡି ମଧ୍ୟ ସେତିକି ସକ୍ରିୟତାର ସହିତ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଉଛି ।

ଗାଁ ଗାଁ ବୁଲି ବିକାଶ ମେଳାର ଉଦଘାଟନ କରୁଛନ୍ତି ବିଜେପି ନେତା ମାନେ । ବିକାଶ ମେଳା ଉଦଘାଟନ କରି ସାଧାରଣ ଲୋକଙ୍କ ନିକଟରେ ବିଜେପି ନିଜର ସଫଳତାକୁ ପହଞ୍ଚାଉଛି । ଆଉ ଏପଟେ ଗାଁ ଗାଁ ରେ ବିଜେଡି ଆରମ୍ଭ କରିଛି ନିଜର ଜନଜାଗରଣ ଯାତ୍ରା । ଯାଜପୁରରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ବିଶାଳ ସମାବେଶ । ଏଥିରେ ବିଜେଡିର ବରିଷ୍ଠ ନେତାଙ୍କ ସହିତ ବିଜେଡିର ଶହ ଶହ ମହିଳା ସାମିଲ ହୋଇଥିଲେ । ସରକାରଙ୍କ ମିଛର ଫର୍ଦ୍ଦାଫାସ କରୁଛନ୍ତି ବିରୋଧି ବିଜେଡି ।

ନିକଟରେ ରାଜଧାନୀର ଗାନ୍ଧୀମାର୍ଗରେ ବିଶାଳ ଗଣବିକ୍ଷୋଭର ଡକରା ଦେଇଥିଲା ବିଜୁ ଜନତା ଦଳ । ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ପୋଲିସ ମଧ୍ୟ ଉଠାଇ ନେଇଥିଲା ହେଲେ ଏହାପରେ ବି କମିନାହିଁ ବିଜେଡି ନେତାଙ୍କ ଦବଦବା । ନବୀନଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଜିଲ୍ଲା ପଞ୍ଚାୟତ ବ୍ଲକ ଓ ଗାଁ ମାନଙ୍କରେ ଆରମ୍ଭ ହୋଇଯାଇଛି ବିଜେଡିର ଜନଜାଗରଣ ଯାତ୍ରା । ବିଜୁ ଜନତା ଦଳର ସମସ୍ତ ନେତା ଏକାଠି ହୋଇ ବିଜେଡି ଦଳକୁ ସୃଦୃଢ କରିବାରେ ଲାଗିପଡିଛନ୍ତି । ତେବେ ବିଜେଡିର ଗୋଟେ ପରେ ଗୋଟେ ସମାବେଶ ମୋହନ ସରକାରଙ୍କୁ ଝଟକା ଦେଉଥିବା ବେଳେ ଆଗାମୀ ଦିନରେ ନିଜ ଦଳକୁ ସଶକ୍ତ ଓ ସୃଦୃଢ କରିବା ପାଇଁ ବିଜେପି କେଉଁ ରଣନୀତି କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *