ପୁଣି ଚର୍ଚ୍ଚାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାର୍ଯ୍ୟାନୁଷ୍ଠାନ ପାଇଁ ସୋସିଆଲ ମିଡିଆରେ ୱାର୍ଣ୍ଣିଂ ଦେଲେ ସଙ୍ଗେ ସଙ୍ଗେ ଯାଇ ହସ୍ପିଟାଲରେ ପହଞ୍ଚିଲେ ମନ୍ତ୍ରୀ । ହଁ ଆଜ୍ଞା ଝାଡାବାନ୍ତିରେ ଯାଉଛି ଲୋକଙ୍କ ଜୀବନ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ ସପ୍ତାହ ହୋଇଯିବ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହଇଜା ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରେ ଝାଡାବାନ୍ତି ଲୋକଙ୍କ ଜୀବନ ନେଲାଣି । ମୃତ୍ୟୁସଂଖ୍ୟା 14ରେ ପହଞ୍ଚିଛି ସବୁ ପରେ ବି ସ୍ୱାସ୍ଥ୍ୟ ବିଭାଗ କାହିଁକି ଏ ସବୁର ଠିକ୍ ଭାବେ ତଦନ୍ତ କରୁନାହିଁ ସେ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ସୋସିଆଲ ମିଡିଆରେ ପେଜରେ ପୋଷ୍ଟ କରି ନବୀନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।
ନିଜର ଏକବର୍ଷ ପୂର୍ତ୍ତି ଉତ୍ସବକୁ ଧୁମଧାମରେ ସେଲିବ୍ରେସନ କରୁଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଏପଟେ ଯାଜପୁର ଜିଲ୍ଲାରେ ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଛି ହଇଜା । ନବୀନଙ୍କ ଟିମ ପହଞ୍ଚି ସେଠାରେ ସ୍ଥିତି ପରଖି ଥିଲେ ସୁଦ୍ଧା ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରକାର କଡା ପଦକ୍ଷେପ କାହିଁକି ନେଉନାହାନ୍ତି ସେ ନେଇ ମୁହଁ ଖୋଲିଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।
ଜିଲ୍ଲାକୁ ଜିଲ୍ଲା ବୁଲି ଭାଷଣ ଦେଉଛନ୍ତି କିନ୍ତୁ ଯାଜପୁର ଜିଲ୍ଲାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ ଏହା 14 ଜୀବନ ମଧ୍ୟ ନେଇ ସାରିଲାଣି । ସବୁ ପରେ ବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନ ପରଖିବା ଘଟଣାରେ ସୋସିଆଲ ମିଡିଆରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଏହି ପୋଷ୍ଟ ପରେ ଯାଜପୁରରେ ପହଞ୍ଚିଥିଲା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଏବଂ ଖୋଦ ମନ୍ତ୍ରୀ ମଦ୍ୟ ସେଠାକୁ ଯାଇ ସ୍ଥିତି ପରଖିଥିଲେ ।
ଓଡ଼ିଶାରେ ହଇଜା ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହାକୁ ହାଲକା ଭାବେ ନେଉଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏହା ବିଚଳିତ କରୁଛି। ତେବେ ନବୀନଙ୍କ ଟ୍ୱିଟ ପରେ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ପରଖି ଥିଲେ ଏବଂ ଆଗାମୀ ଦିନରେ ହଇଜା ସଂକ୍ରମଣକୁ ରୋକିବା ପାଇଁ ସରକାର ସଜାଗ ଅଛନ୍ତି ବୋଲି ସୂଚନା ମିଳିଛି ।
