ଆସିବେ ମୋଦି ଟେନସନରେ ବିଜେପି ନେତା
ଖାଲି ଚେୟାର ବଢାଉଛି ମୋହନଙ୍କ ଟେନସନ
ମୋହନଙ୍କ ପରି ଦଶା ଭୋଗିବେ କି ମୋଦି ?
ହଁ ଆଜ୍ଞା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସଭାରେ ଖାଲି ଚେୟାର ଗୁଡିକର ଦୃଶ୍ୟ । ଯେକୌଣସି ସଭା ସମିତି ହେଉ କି ଉତ୍ସବ ହେଉ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ସଭାରେ ଲୋକନଥିବା ଦୃଶ୍ୟ ଏବଂ ଖାଲି ଚେୟାର ଗୁଡିକୁ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବାର ବିକଳ ଚିତ୍ର ବାରମ୍ୱାର ସାମ୍ନାକୁ ଆସିଛି । ଯାହାକୁ ନେଇ ସାଧାରଣ ଜନତାଙ୍କ ଟ୍ରୋଲର ଶିକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ବିଜେପି ସରକାର ନିଜର ବର୍ଷେ ପୂର୍ତ୍ତି ଉତ୍ସବ ପାଳନ କରୁଛି ଯେଉଁଥିଲେ ସାମିଲ ହେବା ପାଇଁ ବିଜେପି ହାଇକମାଣ୍ଡ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ। କେବଳ ଓଡିଶା ଗସ୍ତ ନୁହେଁ ବରଂ ମୋଦି ରାଜଧାନୀରେ ରୋଡ ସୋ କରିବା ସହିତ ଜନତା ମଇଦାନରେ ନିଜର ଅଭିଭାଷଣ ରଖିବେ । କିନ୍ତୁ ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟେନସନ ଘାରିଛି । ବାରମ୍ୱାର ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ ମୋଦିଙ୍କ ପାଳି ପଡିପାରେ । ରାଜ୍ୟରେ ବିଜେପି ସରକାର ନିଜର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି କିନ୍ତୁ ବିଜେପି ସରକାରର ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛି ବିରୋଧି ବିଜେଡି । ବିଜେଡି ମଧ୍ୟ ନିଜର ନୂଆ ଯାତ୍ରା ଆରମ୍ଭ କରିସାରିଛି । ଗାଁ ଗାଁ ରେ ଆରମ୍ଭ ହୋଇସାରିଛି ନବୀନଙ୍କ ଜନଜାଗରଣ ଯାତ୍ରା ଆଉ ଏପଟେ ରାଜଧାନୀରେ ରୋଡ ସୋ କରି ମୋଦି ପୁଣିଥରେ କ୍ରେଜ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ମୋହନଙ୍କ ସଭାରେ ଯେଉଁ ଦଶା ମୋଦିଙ୍କୁ ଭୋଗିବାକୁ ପଡୁଛି ନା ମୋଦିଙ୍କୁ ଦେଖିବାକୁ ଜନତାଙ୍କ ଲମ୍ୱା ଲାଇନ ଲାଗୁଛି ।