ସକାଳେ ଖାଆନ୍ତୁ ଏହି ସୁପର ଫୁଡ୍‌..ପୁରା ଦିନ ରହିବେ ଆକ୍ଟିଭ…

ସକାଳେ ଖାଆନ୍ତୁ ଏହି ସୁପର ଫୁଡ୍‌..ପୁରା ଦିନ ରହିବେ ଆକ୍ଟିଭ…

କଣ ଆପଣ ସକାଳେ ଉଠିବା ପରେ ଅଳସୁଆ ଅନୁଭବ କରୁଛନ୍ତି କି ? ସକାଳେ କଣ ଖାଇଲେ ଅଳସୁଆ ନଲାଗିବା ସହ ଆକ୍ଟିଭ ଅନୁଭବ କରିବେ ଆପଣ ଜାଣନ୍ତି କି ? ଅନେକ ସକାଳେ ଉଠିବା ପରେ ଅଳସୁଆ ଅନୁଭବ କରିଥାନ୍ତି । କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ ଯଦି ଆପଣ ସକାଳେ ଉଠିବା ପରେ କିଛି ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତି ତେବେ ଆପଣଙ୍କୁ ଆକ୍ଟିଭ ଅନୁଭବ ହେବ । ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।

ତେବେ ସକାଳ ସମୟରେ ଆପଣ କିଛି ଡ୍ରାଇଫ୍ରୁଟ୍ସ ଖାଇପାରିବେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଶରୀରରେ ଶକ୍ତି ସ୍ତର ବୃଦ୍ଧି କରିବା ପାଇଁ ଡ୍ରାଏ ଫୁଟ୍ ଖାଇବାକୁ ପରାମର୍ଶ ଦିଅନ୍ତି । ସକାଳେ ବାଦାମ, ପିସ୍ତା, ଅଖରୋଟ, ଚିଆ ମଞ୍ଜି ଏବଂ କଖାରୁ ମଞ୍ଜି ଖାଇବା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଡ୍ରାଏ ଫୁଟ୍ ଖାଇ ଦିନ ଆରମ୍ଭ କଲେ ଆପଣ ସାରା ଦିନ ଆକ୍ଟିଭ ଅନୁଭବ କରିବେ ।

ବ୍ରେକଫାଷ୍ଟରେ ପୋଷକତତ୍ତ୍ବରେ ଭରପୂର ଦଲିଆ ଖାଇ ପାରିବେ । ଯାହା ଆପଣଙ୍କ ଶରୀରର ଶକ୍ତି ସ୍ତରକୁ ମଧ୍ୟ ବୃଦ୍ଧି କରିପାରିବ । ସେହିପରି ଗ୍ରୀନ ଟି କିମ୍ବା ବ୍ଲାକ୍ ଟି ଥକ୍କାପଣ ଏବଂ ଦୁର୍ବଳତାର ସମସ୍ୟାକୁ ଦୂର କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଯଦି ଆପଣ ଚାହାଁନ୍ତି, ତେବେ ଅଣ୍ଡା ଖାଇ ଆପଣ ସାରା ଦିନ ଆକ୍ଟିଭ୍ ଅନୁଭବ କରିପାରିବେ । ଭଲ ଫଳାଫଳ ପାଇବା ପାଇଁ, ଏହି ସୁପରଫୁଡ୍ଗୁଡ଼ିକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଖାଇବା ବହୁତ ଗୁରୁତ୍ୱପୂର୍ଣ୍ଣ ।

ଆପଣଙ୍କ ଦିନର ଆରମ୍ଭ ସେଓ, ବ୍ଲୁବେରି, ନାସପାତି, କଦଳୀ ଏବଂ କମଳା ପରି ଫଳ ଖାଇ କରନ୍ତୁ ଏବଂ ଦିନସାରା ଆକ୍ଟିବ ଅନୁଭବ କରନ୍ତୁ । ଔଷଧୀୟ ଗୁଣରେ ଭରପୂର ଅଁଳା ଥକ୍କାପଣ ଏବଂ ଦୁର୍ବଳତା ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସହାୟକ ହୋଇପାରେ । ଆଭୋକାଡୋ ଏବଂ ଛତୁ ଭଳି ସୁପରଫୁଡ୍କୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଡାଏଟ୍ ଯୋଜନାରେ ସାମିଲ କରି, ଶରୀରର ଶକ୍ତି ସ୍ତରକୁ ବହୁତ ପରିମାଣରେ ବୃଦ୍ଧି କରାଯାଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *