ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟଣା, ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କଲେ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ବେଳାଭୂମିକୁ ସ୍ଵଚ୍ଚ, ସୁନ୍ଦର, ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ତେବେ ପୂର୍ବରୁ ରାଜ୍ୟରେ ଏଭଳି ଅନେକ ଦୁଷ୍କର୍ମ ଘଟଣା ହୋଇଛି. ସେତେବେଳେର ସରକାର ଘଟଣାକୁ ଲୁଚାଉଥିଲେ. ଅପରାଧୀଙ୍କୁ ଘଣ୍ଟ ଗୋଡ଼ାଇ ରଖୁଥିଲେ. ପଚାରିଲେ କହୁଥିଲେ ଆଇନ ତା ବାଟରେ ଯିବ । କିନ୍ତୁ ବିଜେପି ସରକାର ଘଟଣାକୁ ନେଇ ନିନ୍ଦା କରିବା ସହ ଲଜ୍ଜ୍ୟା ଜନକ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଥିବା କହିଛନ୍ତି ମନ୍ତ୍ରୀ । ଏହା ସହ ସଙ୍ଗେ ସଙ୍ଗେ ଘଟଣାରେ ସମ୍ପୃକ୍ତ ସମସ୍ଥଙ୍କୁ ଗିରଫ ପାଇଁ ନିର୍ଦେଶ ଦେବା ପରେ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ୨୪ ଘଣ୍ଟା ଭିତରେ ୧୦ ଜଣଙ୍କୁ ଗିରଫ କରିଛି. ପରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି. ଏଭଳି ତ୍ୱରିତ ପଦକ୍ଷେପ ନେବା ରାଜ୍ୟ ଇତିହାସରେ ପ୍ରଥମ ଘଟଣା ବୋଲି ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି. ଏହି ବେଳାଭୂମିକୁ ବ୍ଲ୍ୟୁ ଫ୍ଲାଗ ପାଇଁ ତତକାଳୀନ ସରାକର ଅନୁମତି ଦେଇଥିଲେ. ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ. ଏବେ ଏ ସବୁ ଉଛେଦ କରାଯିବ. ବେଳାଭୂମିକୁ ସୁରକ୍ଷିତ, ସୁନ୍ଦର ରଖାଯିବ. ଏଥିପାଇଁ ସମସ୍ଥ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି. କିଏ ଭୟଭୀତ ହେବା ଆବଶ୍ୟକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏତିକି ନୁହେଁ ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀଙ୍କୁ କଡା ଜବାବ ଦେବା ସହ ବିରୋଧୀ ଏହାକୁ ନେଇ ରାଜନୀତିର ରୁଟି ସେକୁଥିବା କହି କଡା ମନ୍ତବ୍ୟ ଦେଇଛନ୍ତି ।
ସେପଟେ ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ପହଂଚି ଅନୁଧ୍ୟାନ କରିଛନ୍ତି । ଘଟଣା ସମ୍ପର୍କରେ ଟିକନିଖ୍ ତଦନ୍ତ କରିଥିବା ବେଳେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ କ୍ରାଇମବ୍ରାଞ୍ଚ ଆଇ. ଜି. ସେପଟେ ତଦନ୍ତ ଚାଲିଛି, ଟିମ ଆସିଥିଲେ ବୋଲି ସମକ୍ୟ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଏସ. ପି । ଅନ୍ୟପଟେ ବିଭିନ୍ନ ସଂଗଠନ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପାଇଁ ପୁଲିସକୁ ନିବେଦନ କରିଛନ୍ତି ।