ମୋହନଙ୍କ ଅଫିସରେ ହଙ୍ଗାମା

ମୋହନଙ୍କ ଅଫିସରେ ହଙ୍ଗାମା

ଓଡିଶା କଳି ଦିଲ୍ଲୀରେ ବଢୁଛି ମୋଦିଙ୍କ ମୁଣ୍ଡ ବଥା
ଆସିବେ ମୋଦି ତୁଟିବ ଅପା ଭାଇନାଙ୍କ କଳି
ବିଜେପିରେ ବଡ ହଲଚଲ୍ ହାଇକମାଣ୍ଡ ନେବେ ବଡ ନିଷ୍ପତ୍ତି

ଦାଣ୍ଡରେ ପଡି ହାଟରେ ଗଡୁଛି ସରକାରୀ ଦଳର ଅଡୁଆ । ଖୋଦ ଦଳର ବରିଷ୍ଠ ବିଧାୟକ କେତେବେଳେ ଦଳ ବିରୋଧି ମନ୍ତବ୍ୟ ଦେଉଛନ୍ତି ତ ଅନ୍ୟ କେତେବେଳେ ଉପମୁଖ୍ୟମନ୍ତ୍ରୀ ଓ ସମୀର ଭାଇନାଙ୍କ କଳି ବିଜେପିରେ ବିଦ୍ରୋହ ସୃଷ୍ଟି କରୁଛି । ନିକଟରେ ସମୀର ଭାଇନା ଓ ପ୍ରଭାତି ଅପାଙ୍କ କଳି ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାରେ ରହିଥିଲା । ପୂର୍ବରୁ ଲୁଚି ଲୁଚି ବିରୋଧ କରୁଥିବା ସମୀର ଦାସ ବର୍ତ୍ତମାନ ଗଣମାଧ୍ୟମ ସାମ୍ନାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ବିରୋଧ କରୁଛନ୍ତି । ନିମାପଡାରେ ବିକାଶ ନେଇ ପ୍ରଶ୍ନ କରିଥିଲେ ପୂର୍ବତନ ନିମାପଡା ବିଧାୟକ ତଥା ବିଜେପି ମୁଖାପାତ୍ର ସମୀର ରଞ୍ଜନ ଦାସ । ଦୁହିଁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଉଗ୍ରରୂପ ଧାରଣ କରିଛି ।

ସମୀରଙ୍କ ସମର୍ଥନରେ ନିମାପଡା ବିଧାୟିକା ହେଲେ ପ୍ରଭାତି ପରିଡା କିନ୍ତୁ ଉପମୁଖ୍ୟମନ୍ତ୍ରୀ ହେବା ପରେ ସମୀର ଭାଇନାଙ୍କୁ ଭୁଲିଗଲେ ନିମାପଡା ବିଧାୟିକା । ଯାହାପରେ ତେଜିବାରେ ଲାଗିଛି ଦୁଇ ରାଜନେତାଙ୍କ କଳି । ଯାହାର ସମାଧାନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂର୍ତ୍ତି ହୋଇସାରିଛି ମୋହନ ସରକାର ନିଜର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି । ସବୁଆଡେ ମୋହନଙ୍କ ଭଲକାମର ଚର୍ଚ୍ଚା ହେଉଛି । ଆଉ ଏହି ଉତ୍ସବରେ ସାମିଲ ହେବା ପାଇଁ ଦିଲ୍ଲୀରୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ଦଳରେ ବଢୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି ଯାହା ଏବେ ମୋଦିଙ୍କୁ ଚିନ୍ତା ଘାରିଛି । ସେପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ଶିବିରରେ ମାନସମନ୍ଥନ ଚାଲିଛି । ମୋଦି ଆସିବା ପରେ ଏଥିରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିପାରେ । ତେବେ ଦେଖିବାକୁ ବାକି ରହିଲା ମୋଦିଙ୍କ ଆଗମନ ବିଜେପି ପାର୍ଟି ଅଫିସରେ କେଉଁ ବିସ୍ପୋରଣ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *