ମୋଦିଙ୍କ ପାଇଁ ବାୟା ବିଜେପି ନେତା !

ମୋଦିଙ୍କ ପାଇଁ ବାୟା ବିଜେପି ନେତା !

ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ବିଜେପି ନେତା ବାୟା ହେଲେଣି । ଆସନ୍ତାକାଲି ମୋଦି ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତି ପାଳିବା ପାଇଁ ଓଡିଶା ଗସ୍ତ କରୁଥିବା ବେଳେ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ନିଜେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠୁ ଆରମ୍ଭ କରି ମନ୍ତ୍ରୀ । କିନ୍ତୁ ଏପଟେ ବିରୋଧୀ ବିଜେଡି ଯେ, ସବୁଆଡେ ନିଜର କାୟା ବିସ୍ତାର କଲାଣି ତାହା ବିଜେପି ନେତାଙ୍କ ଆକଳନ ବାହାରେ । ଗୋଟିଏ ପରେ ଗୋଟିଏ ବିଜେପି ଗଡରେ ପଶି ନିଜର ଜଲୱା ଦେଖାଉଛନ୍ତି ବିଜେଡି ନେତା । ଯାଜପୁର, ଗଞ୍ଜାମ , ପୁରୀ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ବିଜେଡି ନେତାମାନେ ପଶି ନିଜର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି ।

ତେବେ ମୋହନ ସରକାରକୁ ରାଜ୍ୟରେ ଏକ ବର୍ଷ ପୂରଣ ହୋଇଗଲାଣି । କିନ୍ତୁ ଏବେ ବି ରାଜ୍ୟରେ ଅବ୍ୟବସ୍ଥା ଭରି ରହିଛି । ବିଶୁଦ୍ଧ ପାଣି ପିଇବାକୁ ନପାଇ ଲୋକେ, ହଇଜା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେପଟେ ବିଜେପି ଯୁବ ବର୍ଗଙ୍କୁ ଠକିଥିବା ଅଭିଯୋଗ ଆଣି ଜନଜାଗରଣ ଯାତ୍ରା କରୁଛନ୍ତି ବିରୋଧୀ । ଏହା ସହ ନାରୀ ନିଯ୍ୟାତନା ମାମଲା ବୃଦ୍ଧି ପାଉଥିବାରୁ ଏସବୁକୁ କେନ୍ଦ୍ର କରି ବିଜେଡି ମୋହନ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଉଛନ୍ତି । ତେବେ ନିକଟରେ ଗୋପାଳପୁରରେ ଘଟିଥିବା ଲଜ୍ୟାଜନକ ଘଟଣାରେ ସ୍ଥାନୀୟ ବିଜେପି ସାଂସଦ ଏବଂ ବିଧାୟକମାନେ ହାତ ବାନ୍ଧି ବସିଥିବା ବେଳେ ଗଣମାଧ୍ୟମରେ କେବଳ ବାହାସ୍ପଟ ମାରୁଛନ୍ତି । କିନ୍ତୁ ଏପଟେ ବିଜେଡି ନେତାମାନେ ଗଞ୍ଜାମରେ ପଶି ଏସପିଙ୍କୁ ଘଟଣା ସମ୍ପର୍କୀତ ଏକ ଦାବି ପତ୍ର ପ୍ରଦାନ କରିବା ସହିତ ସୁରକ୍ଷା ବଢାଇବା ସହ ପୋଲିସ ପ୍ରୋଟେକ୍ସନ ବଢାଇବା ପାଇଁ ଦାବି କରିଛନ୍ତି ।

ତେବେ କେବଳ ଏତିକି ନୁହେଁ, କେନ୍ଦୁଝରରେ ବି ବିଜେଡି ନେତାମାନେ ପଶି ହୁଲସ୍ତୁଲ କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ମାରି ଗଛରେ ଟାଙ୍ଗିଦେବା ଘଟଣାରେ ସରକାର ଚୁପ୍ ରହିଥିବା ବେଳେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଯୁବତୀଙ୍କ ପରିବାରକୁ ଭେଟିଥିଲେ ବିଜେଡି ଟିମ୍ । ଏପରିକି ବିଜେଡି ନେତାମାନେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ ନେଇ ଦାବି କରିଥିବା ଦେଖିବାକୁ ମିଳିଛି ।

ସେପଟେ ପୁରୀରେ ଯୁବ ସଙ୍ଗଠନକୁ ନେଇ ବିଜେଡି ରଣହୁଙ୍କାର ଦେଇଥିବା ବେଳେ ବିଜେପି ନେତାଙ୍କ ସୋର ଶବଦ କିଛି ଶୁଭୁନି । ଓଲଟା ଏଭଳି ଅନେକ ସମ୍ବେଦନ ଶୀଳ ଘଟଣାକୁ ଛାଡି ମୋଦିଙ୍କ ପାଇଁ ବିଜେପି ନେତା ଟେଣ୍ଟ ବାନ୍ଧୁଥିବା ଏବଂ ଆୟୋଜନ କରୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଆଉ ଏଥିରୁ ବିଜେପିର କଥାରେ ଏବଂ କାମରେ ଆକାଶ ପାତାଳ ଫରକ ନଜର ଆସିବା ସହ ବିଜେପି କେବଳ ବାହାସ୍ପଟମାରୁଥିବା ସ୍ପଷ୍ଟ ହେଉଛି । ତେବେ ଦେଖାଯାଉ ମୋହନ ସରକାରଙ୍କ ଏଭଳି ଖାମ ଖିଆଲ ମନୋଭାବ ବିଜେପିକୁ କେତେ ଭାରି ପଡୁଛି ତାହା ତ ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *