ବଢିଲା ଓମଫେଡ୍ କ୍ଷୀରର ଦାମ୍ । ପ୍ରିମିୟମ୍ ଏବଂ ଟୋନ୍ଡ କ୍ଷୀରର ଦାମ୍ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ସେହିପରି ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି । ଆଜିଠୁ ଏହି ଦାମ୍ ବୃଦ୍ଧି ହୋଇଥିବା ବେଳେ ବଜାରକୁ ନୂଆ ଦର ସହିତ ଓମଫେଡ କ୍ଷୀର ଆସିଥିବା ଜଣାପଡିଛି । ତେବେ ବିଶ୍ୱ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବ ବୋଲି କୁହାଯାଇଥିଲା , କିନ୍ତୁ ସେତେବେଳେ ଏହା ବଢି ନଥିଲା । ମୁଖ୍ୟମନ୍ତ୍ରୀ କ୍ଷୀର ଲିଟର ପ୍ରତି ୪ ଟଙ୍କା ବଢୁଛି ବୋଲି କହିଥିଲେ । କିନ୍ତୁ ଖାଉଟି ମାନଙ୍କ ଉପରେ ଏହି ବର୍ଦ୍ଧିତ ଦର ଲଦି ଦିଆଯିବ ନାହିଁ ଆଶ୍ୱାସନା ଦେଇଥିଲେ । ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ ଏବଂ ଖାଉଟି ଲିଟର ପିଛା ଅଧିକ ଦୁଇ ଟଙ୍କା ଦେଇ କ୍ଷୀର କିଣିବେ ବୋଲି ଘୋଷଣା କରିଥିଲେ । ଆଉ ଆଜିଠୁ ଏହି ନୂଆ ଦର ଲାଗୁହୋଇଛି ।

You can share this post!
author
Related Articles
ମୁମ୍ବାଇରୁ ଆସିଲା ବଡ ଖବର…
- June 22, 2025
ନବୀନ ପାଇଁ ଜଳିଲା ଅଖଣ୍ଡ ଦୀପ…
- June 22, 2025
ପଛରେ ପଡିଲା ବିଜେପି-କଂଗ୍ରେସ …!
- June 21, 2025