ସୀମା ଡେଇଁଲା ବିଜେପି…!

ସୀମା ଡେଇଁଲା ବିଜେପି…!

ସୀମା ଡେଇଁଲା ବିଜେପି । ମୋଦିଙ୍କ ସଭାରେ ଖାଲି ଚେୟାର ପଡିବା ଭୟରେ ଲୋକଙ୍କୁ ତାଲା ପକାଇ ରଖିଲେ ମୋହନ ସରକାର । ହଁ ଆଜ୍ଞା, ଏଭଳି କିଛି ଚର୍ଚ୍ଚା ଏବଂ ଏ ସମ୍ପର୍କୀତ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ମୋଦି ଜନତା ମଇଦାନରେ ଭାଷଣ ଦେଉଥିବା ବେଳେ ସେହି ପରିସରରେ ଥିବା ମେନ୍ ଗେଟ୍ ରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଏପରିକି ଗେଟରେ ଦୁଇ ପାଶ୍ୱର୍ରେ ଲୋକେ ଉପସ୍ଥିତ ଥିବା ବେଳେ ନା କେହି ଭିତରକୁ ଆସିପାରୁଛନ୍ତି ନା କେହି ବାହାରକୁ ଯାଇପାରୁଛନ୍ତି । ଫଳରେ ଗେଟ୍ ପାଖରେ ହିଁ ଗେଟ୍ ଖୋଲିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି । ଆଉ ଏଥିରୁ ମୋଦିଙ୍କ ସଭାରେ ଲୋକଙ୍କ ପ୍ରବଳ ସମାଗମ ଥିବା ଦର୍ଶାଇବା ପାଇଁ ଏବଂ ଖାଲି ଚେୟାର ପଡିଥିବା ବିବାଦକୁ ଏଡାଇବା ପାଇଁ ବିଜେପି ଏପରି କରିଥିବା ଚର୍ଚ୍ଚା ଚାଲିଛି ।

ଅନ୍ୟପଟେ କେବଳ ଏତିକି ନୁହେଁ , ବିଜେପି ନେତା ମାନେ ଭାଷଣ ଦେଉଥିବା ବେଳେ ଲୋକେ ସଭା ମଝିରୁ ଉଠି ପଳାଉଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି । ମନ୍ତ୍ରୀ ବିଧାୟକ ଭାଷଣ ଦେଉଛନ୍ତି ଏପଟେ ଲୋକେ ଉଠିପଳାଇବା ସହିତ ଚେୟାର ଖାଲିପଡୁଛି । ଏବଂ ଏହିସବୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ବିଜେପିକୁ ସମାଲୋଚନା କରାଯାଉଛି । ତେବେ ବର୍ଷେ ସରକାର ଚଳାଇବା ପରେ ବି ବିଜେପି ସଭାରେ ଖାସ କରି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଖାଲି ଚେୟାର ପଡୁଥିବା ଏବଂ ଲୋକେ ସାମିଲ ହେଉନଥିବା ଭିଡିଓ ସାମ୍ନାକୁ ଆସୁଥିବାରୁ ମୋଦିଙ୍କ ସଭାର ସ୍ଥିତି କଣ ରହିବ ସେନେଇ ନାନା ଚର୍ଚ୍ଚା ଚାଲିଥିଲା । କିନ୍ତୁ ବିଭିନ୍ନ ପ୍ରକାର ସଂଗଠନକୁ ହାତ ମୁଠାକୁ ନେଇ କୋଣ ଅନୁକୋଣରୁ ବିଜେପି ମୋଦିଙ୍କ ସଭାରେ ଲୋକ ଆଣିବାରେ ସକ୍ଷମ ହୋଇଥିଲା ସତ । କିନ୍ତୁ ସେମାନଙ୍କୁ ଜୋର ଜବରଦସ୍ତ ସଭାରେ ବାନ୍ଧି ରଖିଥିବା ଗେଟ୍ ତାଲା ପଡିବାରୁ ସ୍ପଷ୍ଟ ହୋଇପଡିଛି । ଏହା ସହ ସଭା ମଝିରୁ ଯେଉଁ ଭଳି ସାଧାରଣ ଲୋକେ ଉଠି ପଳାଉଛନ୍ତି ସେଥିରୁ ସେମାନଙ୍କ ଅନିଚ୍ଛା ରହିଥିବା ବାରି ହୋଇ ପଡୁଛି । କିନ୍ତୁ ଏସବୁକୁ ଖାତିର ନକରି ବିଜେପି ମୋଦିଙ୍କ ସଫଳ କାଯ୍ୟକ୍ରମକୁ ନେଇ ସୋସିଆଲ ମିଡିଆରେ ନାନା ପୋଷ୍ଟ କରିଚାଲିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *