ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଷ୍ଣୁ ପ୍ରିୟା ଚାରିଟେବୁଲ ଆନୁକୂଲ୍ୟରେ ଆଜି ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟୀକା ସୁନନ୍ଦା ଦାସଙ୍କ କର କମଳରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଣ୍ଟ୍ରାଲ ରେଡ଼ କ୍ରସ ବ୍ଲଡ଼ ସେଣ୍ଟର କଟକ ଦ୍ୱାରା ଏହି ରକ୍ତଦାନ ଶିବିର ପରିଚାଳିତ ହୋଇଥିଲା । ବ୍ଲକର ବିଭିନ୍ନ ସ୍ଥାନରୁ ବ୍ଲଡ଼ ଡୋନେଟର ଆସି ରକ୍ତ ଦାନ ଶିବିରରେ ରକ୍ତ ଦାନ କରିଥିଲେ । ଉକ୍ତ ରକ୍ତ ଦାନ ଶିବିରରେ ମାରୁତି କୃପା ପରିଷଦର କର୍ମ କର୍ତ୍ତା , ପୂର୍ବତନ ବିଧାୟକଙ୍କ ପ୍ରତିନିଧି, ନାଏବ ସରପଞ୍ଚ ମମତା ରାଉତ ଉକ୍ତ ଶିବିରରେ ଯୋଗ ଦାନ କରି ରକ୍ତ ଦାନ ଶିବିରକୁ ସଫଳ କରିଥିଲେ ।

Tags:
You can share this post!
author
Related Articles
ନବୀନ ପୋଛି ନେଲେ ୭ଆସନ
- February 7, 2025
ଜେଲ ଗଲେ ବବିଙ୍କ ଭାଇ
- November 23, 2024