ସାରା ବିଶ୍ୱରେ ଲଜ୍ଜିତ ଓଡିଶା !

ସାରା ବିଶ୍ୱରେ ଲଜ୍ଜିତ ଓଡିଶା !

ଡବଲ ଇଞ୍ଜିନ ସରକାରରେ ଓଡିଶାର ଡବଲ ବିକାଶ ହେବା କଥା । ଡବଲ ପ୍ରଶଂସା ସାଉଁଟିବା କଥା । କିନ୍ତୁ ଓଡିଶାରେ ଏହାର ଓଲଟା ଘଟଣା ଘଟୁଛି । ଯେଉଁ ଓଡିଶା ଦିନେ ସାରା ବିଶ୍ୱରେ ପ୍ରଶଂସା ସାଉଁଟୁଥିଲା, ଓଡିଶାର ରୋଲ ମଡେଲକୁ ଆପଣାଉଥିଲା ଏବେ ସେହି ଓଡିଶାକୁ ଯାତ୍ରା କରିବା ପୂବରୁ ସତର୍କତା ଅବଲମ୍ବନ କରି ଯିବା ପାଇଁ ବିଦେଶରୁ ଚେତାବନୀ ଆସୁଛି । ଯାହା ଓଡିଶାର ମୁଣ୍ଡକୁ ସାରା ବିଶ୍ୱରେ ତଳେ ପକାଇ ଦେଉଛି । ତେବେ ଓଡିଶାରେ ନାରୀ ନିଯ୍ୟାତନା ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଓଡିଶା ବାହାରେ ବି ଚର୍ଚ୍ଚା ଲାଗି ରହିଛି । ଆଉ ଏବେ ବିଦେଶରେ ବି ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଏପରିକି ନିଜ ଦେଶର ନାଗରିକଙ୍କୁ କିଛି ରାଜ୍ୟରେ ଭ୍ରମଣ ପାଇଁ ଯିବା ପୂବରୁ ସତର୍କତା ଅବଲମ୍ବନ କରିବା ପାଇଁ ଖୋଦ ସେହି ଦେଶର ରାଷ୍ଟ୍ରପତି ଚେତାବନୀ ଦେଉଥିବା ବେଳେ ଏଥିରେ ଓଡିଶା ବି ସାମିଲ ରହିଛି । ଯାହାକୁ ନେଇ ମୋହନ ସରକାରଙ୍କୁ ଆଙ୍ଗୁଠି ଉଠିଲାଣି ।

ତେବେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ୍ ଭାରତ ପାଇଁ କଠୋର ଭ୍ରମଣ ଚେତାବନୀ ଜାରି କରିଛି । ଆମେରିକୀୟମାନଙ୍କୁ ଭାରତ ଯାତ୍ରା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଅପରାଧ, ଦୁଷ୍କର୍ମ ଏବଂ ଆତଙ୍କବାଦ କାରଣରୁ ଜୁନ୍ ୧୬ ତାରିଖରେ ଏହି ନିଦ୍ଦେଶାବଳୀ ଜାରି କରାଯାଇଥିଲା ଏବଂ କେତେ ଅଞ୍ଚଳରେ ଅଧିକ ବିପଦ ଥିବା ଏଥିରେ ଦର୍ଶାଯାଇଛି । ଭାରତରେ ଦୁଷ୍କର୍ମ ସବୁଠାରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରୁ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିବା ସହ ପଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯ୍ୟାତନା ସମେତ ହିଂସାତ୍ମକ ଅପରାଧ ଘଟୁଥିବା ଆମେରିକା କହିଛି । ତେଣୁ ଆମେରିକୀୟ ମହିଳାଙ୍କୁ ଏକୁଟିଆ ଯାତ୍ରା ନକରିବାକୁ ସତର୍କ କରିଛି ଆମେରିକା । ବିପଦ କାରଣରୁ ଭାରତରେ କାଯ୍ୟରତ ଆମେରିକୀୟ ସରକାରୀ କର୍ମଚାରୀଙ୍କୁ ଓଡିଶା ସମେତ ୬ଟି ରାଜ୍ୟକୁ ଯିବା ପାଇଁ ଅନୁମତି ନେବା ଜରୁରୀ କହିବା ସହିତ ସତର୍କ କରାଇଛନ୍ତି ଆମେରିକା ସରକାର । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଦେଶରେ ଓଡିଶା ବଦନାମ ହେଉଥିବା ଆଲୋଚନା ଚାଲିଛି ।

ତେବେ ନିକଟରେ ଓଡିଶାର ପ୍ରମୁଖ ପଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟିଥିବା ଘଟଣା ସବୁଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ଆଉ ଏହାକୁ ନେଇ ଆମେରିକା ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ତେବେ ଏହା ପୂବରୁ କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡିଶା ସାରା ବିଶ୍ୱରେ ଲଜ୍ଜିତ ହୋଇଥିଲା ଆଉ ଏବେ ଆଉ ଏକ ଘଟଣା ପାଇଁ ଓଡିଶାର ମୁଣ୍ଡ ତଳକୁ ହେଉଥିବା ଚର୍ଚ୍ଚା ଚାଲିଛି । ତେବେ ଦେଖାଯାଉ ଏହାକୁ ନେଇ ବିଜେପି ନେତାଙ୍କ ପ୍ରତିକ୍ରିୟା କଣ ରହୁଛି ଏବଂ ମୋହନ ସରକାରରେ ଓଡିଶାବାସୀଙ୍କୁ ଆଉ କେତେ ସମାଲୋଚନା ସହିବାକୁ ପଡୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *