ଭାଇନାଙ୍କ ହାତ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା!

ଭାଇନାଙ୍କ ହାତ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା!

ପୁଣି ଥରେ ବଢିଛି ଭେଟେରାନ ନେତା ସମୀର ରଞ୍ଜନ ଦାସଙ୍କ ୟୁଟଣ୍ଣ ଚର୍ଚ୍ଚା । ପ୍ରଥମେ ପ୍ରଭାତୀ, ପରେ ମୋହନ ଆଉ ଏବେ ମୋଦିଙ୍କ ସଭାରେ ସମୀରଙ୍କ ଅନୁପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କିଛି ଦିନ ପୂବରୁ ନିମାପଡାର ବିକାଶକୁ ନେଇ ମୁହାଁମୁହିଁ ହୋଇଥିଲେ ନିମାପଡାର ପୂବତନ ବିଧାୟକ ସମୀର ରଞ୍ଜନ ଦାସ ଏବଂ ବର୍ତମାନର ନିମାପଡା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗୋଟିଏ ଦିନରେ ନିମାପଡା ବିଜେପିର ଦୁଇ ଚର୍ଚ୍ଚିତ ଚେହେରା ସମୀର ଏବଂ ପ୍ରଭାତୀ ଭିନ୍ନ ଭିନ୍ନ କାଯକ୍ରମ କରୁଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କନ୍ଦଳ ବଢିଥିବା କୁହାଯାଉଥିଲା । ଏପରିକି ଖୋଦ ସମୀର ପ୍ରଭାତୀଙ୍କ ନାଁରେ ନିମାପଡାର ବିକାଶକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ପ୍ରଭାତୀଙ୍କ ଶାସନରେ ନିମାପଡାରେ ମାଟି ପଡିନଥିବା ଅଭିଯୋଗ କରିଥିଲେ ସମୀର । ଏହା ପରେ ଉଭୟଙ୍କ ମଧ୍ୟରେ ତୁତୁ ମେମେ ପରିସ୍ଥିତି ଉପୁଜିବା ସହ ତିତ୍କତା ବୃଦ୍ଧି ପାଇଥିଲା ।

କିନ୍ତୁ ତିକ୍ତତା ଏତେ ବଢିଥିଲା ଯେ, ସରକାରର ଏକ ବର୍ଷ ପୂର୍ତି ଉତ୍ସବରେ ସମୀର ସାମିଲ ହୋଇନଥିଲେ । ବିଜେପି ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ କାମ କରୁଥିବା ବିଜେପି କର୍ମୀମାନେ ଏଥିରେ ଯୋଗ ଦାନ କରିଥିଲେ । ଏବଂ ଧୁମଧାମରେ ବିଜେପି ନେତାମାନେ ବର୍ଷି ପୂର୍ତି ପାଳନ କରିଥିଲେ । ଏବଂ ସମୀର ପୁଣି ଥରେ କୋଣଠେସା ହୋଇ ଯାଇଥିଲେ । ଆଉ ଏବେ ମୋଦିଙ୍କ ସଭାରେ ବି ସମାନ ସ୍ଥିତି ପରିଲକ୍ଷିତ ହୋଇଛି । ନିକଟରେ ବର୍ଷ ପୂର୍ତି ପାଇଁ ମୋଦି ଆସୁଥିବା ଜାଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ଉତ୍ସବ ପାଳିଥିଲା । କିନ୍ତୁ ଏଥିରେ ବି ସମୀରଙ୍କୁ ଦେଖିବାକୁ ମିଳିନଥିଲା । ଅନ୍ୟ ଆମଦାନୀ ନେତାମାନେ ଏଠାରେ ସେଲିବ୍ରେସନରେ ସାମିଲ ହୋଇଥିବା ବେଳେ ସମୀରଙ୍କ ଛାଇ ବି ଏଠାରେ ଦେଖିବାକୁ ମିଳିନଥିଲା । ଏପିରିକି ମୋଦିଙ୍କୁ ସ୍ୱାଗତ ପାଇଁ ବିଜେପି ନେତାମାନେ ନିଜ ନିଜ ସୋସିଆଲ ମିଡିଆ ପେଜରେ ମୋଦିଙ୍କୁ ନେଇ ପୋଷ୍ଟ କରିଥିବା ବେଳେ ଏଥିରୁ ବି ସମୀର ପଛରେ ରହିଥିଲେ । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ସମୀର ଧୀରେ ଧୀରେ ବିଜେପିରୁ ଦୂରଉଥିବା ଏବଂ ବିଜେପି ସମୀରଙ୍କୁ କୋଣଠେସା କରୁଥିବା ଆଶଙ୍କା କରାଯାଉଛି । ଆଉ ଏହାକୁ ନେଇ ସମୀରଙ୍କ ରାସ୍ତା ପୁଣି ଥରେ ବଦଳିବା ନେଇ ସମ୍ଭାବନା ବଢିଚାଲିଛି । ତେବେ ଦେଖାଯାଉ ସମୀରଙ୍କ ୟୁ ଟଣ୍ଣ ଚର୍ଚ୍ଚାରେ କେବେ ପୂଣ୍ଣଚ୍ଛେଦ ପଡୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *