ଆମେରିକା ପରେ ସୁପ୍ରିମକୋର୍ଟଙ୍କ କଡା ଭତ୍ସନା !

ଆମେରିକା ପରେ ସୁପ୍ରିମକୋର୍ଟଙ୍କ କଡା ଭତ୍ସନା !

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ପ୍ରଶଂସା ସାଉଁଟୁଥିଲା ଓଡିଶା । କିନ୍ତୁ ମୋହନ ସରକାରରେ ମାତ୍ର ଏକ ବର୍ଷରେ ଚାରିଆଡୁ ନିନ୍ଦା ସାଉଁଟୁଛି ଓଡିଶା । ଆମେରିକା ଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ବି ଓଡିଶାର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଯାହା ଓଡିଶାର ମୁଣ୍ଡକୁ ତଳକୁ କରିସାରିଲାଣି । ତେବେ ନିକଟରେ ବାଲେଶ୍ୱର ଏଫଏମ ୟୁନିଭର୍ସିଟି ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ମାହୋଲ ଗରମ ରହିଥିବା ବେଳେ ଏ ଘଟଣା ସୁପ୍ରିମକୋର୍ଟରେ ଯାଇ ପହଁଞ୍ଚିଛି । ଏହି ଘଟଣାକୁ କୋର୍ଟ ଲଜ୍ଜିତ ବୋଲି କହି ବଡ ଟିପ୍ପଣୀ ଦେଇଛନ୍ତି । ଏହାକୁ ବ୍ୟବସ୍ଥା ଦ୍ବାରା ହତ୍ୟା ବୋଲି କଡ଼ା ଟିପ୍ପଣୀ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ପଛାଇ ନାହାନ୍ତି । ଆଉ ଏହି ଟିପ୍ପଣୀ ଓଡିଶାର ଚିତ୍ରକୁ ବିଶ୍ୱ ଦରବାରରେ ଯେ, ଲଜ୍ଜିତ କରିଛି ସେଥିରେ ସନ୍ଦେହ ନାହିଁ । କିନ୍ତୁ ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେପି ନେତା ସେତେଟା ଚିନ୍ତିତ ନାହାନ୍ତି । ଛାତ୍ରୀଙ୍କୁ ନ୍ୟାୟ ଦେବେ କଣ ଓଲଟା ୨୦ ଲକ୍ଷଟଙ୍କାର ସହାୟତା ପ୍ରଦାନ କରି ଫଟୋ ଉଠାଇ ବାହା ବାହା ନେଉଛନ୍ତି । ଯାହା ଏ ସରକାରର ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନରେ ଦୃଷ୍ଟିଭଙ୍ଗୀ କଣ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ।

ତେବେ କିଛି ଦିନ ପୂର୍ବରୁ ଗୋପାଳପୁର ପର୍ଯ୍ୟଟନସ୍ଥଳୀରେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଘଟଣା ସବୁଆଡେ ଚହଳ ପକାଇଥିବା ବେଳେ ଏହାକୁ ନେଇ ଆମେରିକା ସରକାର ତୀବ୍ର ନିନ୍ଦା କରିଥିଲେ । ଏବଂ ନିଜ ଦେଶର ମହିଳାଙ୍କୁ ଏକା ଓଡିଶା ଯିବାକୁ ବାରଣ କରିବା ସହିତ କିଛି ଗାଇଡ୍ ଲାଇନ ଜାରି କରିଥିଲେ । ଯାହା ଓଡିଶାର ଚିତ୍ରକୁ ନଷ୍ଟ କରିଥିଲା । ଆଉ ଏବେ ସୁପ୍ରିମକୋର୍ଟ ବାଲେଶ୍ୱର ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ କଡା ଟିପ୍ପଣୀ ଦେଇଛନ୍ତି । ଏବଂ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ତେବେ ଏହି ସବୁ ମନ୍ତବ୍ୟକୁ ନେଇ ଓଡିଶା ଧୀରେ ଧୀରେ ତାର ପରିଚୟ ହରାଉଥିବା ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଅନ୍ୟପଟେ ରାଜ୍ୟରେ ନାରୀ ନିର୍ଯ୍ୟାତନା ମାମଲା ବୃଦ୍ଧି ପାଉଥିବା ବେଳେ ସ୍କୁଲ କଲେଜ ଆସିବାକୁ ଛାତ୍ରୀମାନେ ଡରିଲେଣି । କିନ୍ତୁ ସରକାରଙ୍କର ନିଦ ଭାଙ୍ଗୁନି । ନିଜେ ସୁରକ୍ଷା ଦେବାରେ ବିଫଳ ହେଉଥିବାରୁ ନିଜ ସୁରକ୍ଷା ନିଜେ କରିବାକୁ ଆହ୍ୱାନ ଦେଉଛନ୍ତି । ଏପରିକି ଏଭଳି ସମ୍ବେଦନଶୀଳ ଘଟଣାକୁ ଚାପି ଦେବାକୁ ଟଙ୍କା ଲୋଭ ଦେଖାଇ ଚେଷ୍ଟା ମଧ୍ୟ କରୁଛନ୍ତି । ଆଉ ସରକାରଙ୍କ ଏଭଳି କାର୍ଯ୍ୟକଳାପ ଦେଖି କେବେ ଏ ସରକାର ଗାଦିରୁ ଉଠିବେ ସେନେଇ ରାଜ୍ୟବାସୀ ପ୍ରାର୍ଥନା କଲେଣି ।

author

Related Articles

Leave a Reply

Your email address will not be published. Required fields are marked *