ସର୍ବପ୍ରଥମେ ଅଗ୍ରପୂଜ୍ୟ ଗଜାନନଙ୍କ ଠାରୁ ଆରମ୍ଭ ହୁଏ ପାର୍ବଣ ଋତୁ। ଆଉ ମାତ୍ର କିଛି ଦିନ ର ବ୍ୟବଧାନ, ପାଖେଇ ଆସୁଛି ଗଣେଶ ପୂଜା।ତେଣୁ ଚାରିଆଡ଼େ ଚଳଚଞ୍ଚଳ ପରିବେଶ।ମୂର୍ତ୍ତି ଶିଳ୍ପୀମାନେ ଦିନରାତି ପରିଶ୍ରମ କରି ଲାଗି ପଡ଼ିଛନ୍ତି ନିର୍ମାଣ କାର୍ଯ୍ୟରେ।ଏଥିପାଇଁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ଆଜି ଚର୍ଚ୍ଚିତ। ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି।ଅଳ୍ପ କିଛି ମୂର୍ତ୍ତି ରେ ରଙ୍ଗକାମ ଯାହା ବାକି ଅଛି। ହଜାର ହଜାର ସଂଖ୍ୟାରେ ଗଣେଶ ମୂର୍ତ୍ତି ନିର୍ମାଣ ହୋଇ ବିକ୍ରୀ ଅପେକ୍ଷାରେ ରହିଛି।୫୦ଟଙ୍କା ରୁ ଆରମ୍ଭ କରି ୫୦ହଜାର ପର୍ଯ୍ୟନ୍ତ ଛୋଟରୁ ବଡ଼ ଭଳିକି ଭଳି ବିଭିନ୍ନ ରଙ୍ଗର ଆକର୍ଷଣୀୟ ଗଣେଶ ମୂର୍ତ୍ତି ଝଲସୁଛି।ଅର୍ଡର ଅନୁସାରେ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ମଧ୍ୟ ମୂର୍ତ୍ତି ପଠାଯାଉଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମୂର୍ତ୍ତୀର ରଙ୍ଗ, ବେଶଭୁଷା ଓ ଢଙ୍ଗରେ ପରିବର୍ତ୍ତନ କରି ସ୍ୱତନ୍ତ୍ର କରିବା ପାଇଁ ଅଗ୍ରୀମ ଦିଆଯାଇଛି।ଏଥିପାଇଁ ସୁଦୂର ରାଜସ୍ଥାନର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ କାରିଗର ଗତ ୬ମାସ ହେଲା ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି।ସ୍ଥାନୀୟ କିଛି ମୂର୍ତ୍ତି ଶିଳ୍ପୀମାନେ ମଧ୍ୟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି।କାରିଗର ମାନେ ଅନ୍ୟବର୍ଷ ଅପେକ୍ଷା ଏବର୍ଷ ଟିକେ ଭଲ ବ୍ୟବସାୟ ଆଶା ରଖିଛନ୍ତି। ବିଶେଷ କରି ଛୋଟ ଛୁଆଙ୍କ ଠାରୁ ଯୁବଗୋଷ୍ଠୀ ପର୍ଯ୍ୟନ୍ତ ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି।
You can share this post!
author
Related Articles
ତହସିଲ ଅଫିସ ଘେରିଲେ ଚାଷୀ
- January 16, 2026
ଡିଜେ ଗାଡି ଫାଇଟ ଦେଖିଲେ ଥରି ଉଠିବ ଛାତି
- September 8, 2025
