ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏନଏସି ଟାଉନ ହଲ ଠାରେ ଆୟୋଜିତ ପବିତ୍ର ଗୁରୁଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର,ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥ,ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରିଣୀ କଲ୍ୟାଣୀ ପାଢ଼ୀ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି,ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ | ଏହି ଅବସରରେ ବିଧାୟକ ପ୍ରଥମେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ |ଗୁରୁ ଦିବସଟି ସମସ୍ତଙ୍କ ପାଇଁ ମହତ୍ୱପୂର୍ଣ୍ଣ | ବିଶିଷ୍ଟ ଶିକ୍ଷାବିତ,ଅଧ୍ୟାପକ, ମହାନ ଲେଖକ ତଥା ଦାର୍ଶନିକ ଭାରତର ପୂର୍ବତନ ରାଷ୍ଟ୍ରପତି ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଙ୍କ ଜନ୍ମତିଥି ଅବସରରେ ଦୀର୍ଘ ୬୦ ଦଶକରୁ ଏହି ଦିନଟିକୁ ପ୍ରତିବର୍ଷ ଗୁରୁଦିବସ ଭାବରେ ପାଳନ କରାଯାଉଛି। ତେଣୁ ପୂଜ୍ୟ ଗୁରୁ ମାନଙ୍କ ପାଇଁ ଏହି ଦିନଟି ସ୍ୱତନ୍ତ୍ର | ଏହି ଦିବସ ଅବସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ କିପରି ସମସ୍ତ ବିଦ୍ୟାଳୟରୁ ପ୍ରତ୍ୟକ ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷା ଲାଭ କରି ନିଜକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାର ପ୍ରୟାସ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜାଗ୍ରତ କରିଥାଏ। ଏଥିରେ ମାଧ୍ୟମ ସାଜିଥିବା ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି | ଏଥିସହ ୨୩ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ |
You can share this post!
author
Related Articles
ତହସିଲ ଅଫିସ ଘେରିଲେ ଚାଷୀ
- January 16, 2026
ଡିଜେ ଗାଡି ଫାଇଟ ଦେଖିଲେ ଥରି ଉଠିବ ଛାତି
- September 8, 2025
