ପ୍ରବଳ ବର୍ଷାରେ ସହରରେ ଖେଳିଲା ବନ୍ୟା

ପ୍ରବଳ ବର୍ଷାରେ ସହରରେ ଖେଳିଲା ବନ୍ୟା

କୋରାପୁଟ,ଲଗାଣ ବର୍ଷାରେ ବୁଡିଲା ଦାଣ୍ଡ । ଘରେ ଘରେ ପଶିଲା ଆଣ୍ଠୁଏ ପାଣି । ବିଜୟ ଦଶମୀରେ ପୂଜା ମଣ୍ଡପ ହେଲା ଖାଁଖାଁ । ଫଳରେ ବିଭିନ୍ନ ସ୍ଥାନର ଜଳରେ ପୁରୀ ରହିଲା ରାସ୍ତାଘାଟ ସହ ମୋହନ ପଡ଼ାର ୨୬ ନମ୍ବର ଜାତୀୟ ରାଜପଥ । ଯାହା ଯାନବାହନ ଯାତାୟତ ସମୟରେ ଦେଖ ଦେଇଛି ବିଭିନ୍ନ ସମସ୍ୟା । କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଟଙ୍କାର ଧାନ ଫସଲ ହେଲା ନଷ୍ଟ ।

ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଲୀ ଗୁଡ଼ା ଗ୍ରାମରେ । ଯାହା ପାଇଁ ଆଜି ଲୋକ ହନ୍ତସନ୍ତ । କୁହାଯାଏ ବର୍ଷା ହେଲେ ଘରକୁ ପଳାଇ ଆସ । କିନ୍ତୁ ସେଇ ଘରେ ଗୁଡିକରେ ଯଦି ପଶିବ ପାଣି ତାହାଲେ ଲୋକେ ଯିବେ କୁଆଡ଼େ। ସେହିପରି ଓଡ଼ିଆଙ୍କ ଜୀବନ ମୁଠେ ପଖାଳ କଂସା କିନ୍ତୁ ସେବି ହେଲା ନଷ୍ଟ । ଏକଥା ଆମେ ଏଥିପାଇଁ କହୁଛୁ କାରଣ ଲଗାଣ ବର୍ଷାରେ ଧାନ ବିଲରେ ପାଣି ପଶି ସେବି ହେଲା ନଷ୍ଟ । ଏହାସହ ୨୬ ନମ୍ୱର ଜାତୀୟ ରାଜପଥରେ ବଡ଼ବଡ଼ ଖାଲ ଢିପରେ ହୋଇଛି । ଯାହା ପାଇଁ ସେଥିରେ ପାଣି ପଶିବାରୁ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *