ପାୱାର ଦେଖାଉଛନ୍ତି Gen Z, ଦୋହଲି ଯାଉଛି ସରକାର !

ପାୱାର ଦେଖାଉଛନ୍ତି Gen Z, ଦୋହଲି ଯାଉଛି ସରକାର !

ରାସ୍ତାରେ ନିଜ ପାୱାର ଦେଖାଉଛନ୍ତି ଜେନ ଜେଡ୍ । ଜେନ ଜେଡ୍‌ଙ୍କ ରାଗରେ ଦୋହଲି ଯାଉଛି ସରକାର । ସରକାରଙ୍କ ମନମୁଖୀ ଶାସନରେ ଅସନ୍ତୁଷ୍ଟ ଜେନ ଜେଡ୍ , ସରକାର ଭାଙ୍ଗିବାକୁ ରାସ୍ତାରେ କରୁଛନ୍ତି ପ୍ରତିବାଦ । ହଁ ଆଜ୍ଞା, ଦେଶର ଅ।।ଗମୀ ଭବିଷ୍ୟତ ସେହି ଦେଶର ୟୁଥ ମାନଙ୍କ ଉପରେ ନିର୍ଭର କରିଥାଏ । କିନ୍ତୁ ଏବେ ଦେଶର ସର୍ବନାଶର କାରଣ ବି ୟୁଥ ମାନେ ହିଁ ସାଜିଛନ୍ତି । ଯେଉଁ ସରକାରଙ୍କୁ ଭୋଟ ଦେଇ ଶାସନର ଚାବିକାଠି ଦେଇଥିଲେ ଏବେ ସେହି ସରକାରଙ୍କୁ ଗାଦିରୁ ଉଠାଇବାକୁ ଦାବି କରାଯାଉଛି ।

ତେବେ ନିକଟରେ ବାଲାଂଦେଶ, ନେପାଳରେ ଜେନ ଜେଡଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଆଉ ଏବେ ସମାନ ପରିସ୍ଥିତିର ସାମ୍ନା କରୁଛି ମରୋକ୍କୋ । ମରକ୍କୋରେ ଜେନ୍-ଜେଡ୍ ସଦସ୍ୟମାନେ ସେପ୍ଟେମ୍ବର ଶେଷ ସପ୍ତାହରୁ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଧୀରେ ଧୀରେ, ଜେନ୍-ଜେଡ୍‌ଙ୍କ କ୍ରୋଧ ସାରା ଦେଶରେ ବ୍ୟାପିବାରେ ଲାଗିଛି। ନେପାଳ ପରି, ମରକ୍କୋର ଯୁବବର୍ଗମାନେ ଏବେ ସରକାରଙ୍କୁ ଭାଙ୍ଗିବାକୁ ଦାବି କରୁଛନ୍ତି। ସେମାନେ ଏବେ ରାଜାଙ୍କୁ ସରକାର ଭାଙ୍ଗିବାକୁ ଦାବି କରୁଛନ୍ତି। ଦୁର୍ନୀତି, ଉନ୍ନତ ସ୍ୱାସ୍ଥ୍ୟସେବା, ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା, ଦୁର୍ନୀତି ରୋକିବା ଏବଂ ନିଯୁକ୍ତିକୁ ନେଇ ପ୍ରତିବାଦ କରୁଛନ୍ତି। ଯୁବପିଢ଼ିଙ୍କ କ୍ରୋଧ ଏବେ ଏତେ ତୀବ୍ର ହୋଇଛି ଯେ ସେମାନେ ସରକାରୀ କଳକୁ କ୍ଷମତାଚ୍ୟୁତ କରିବାକୁ ଦାବି କରିଛନ୍ତି।

ଜେନ୍ ଜେଡ୍ ୨୧୨ ରାଜା ମହମ୍ମଦ ଷଷ୍ଠଙ୍କୁ ସମ୍ବୋଧିତ ଏକ ବିବୃତି ଜାରି କରି ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଛି। ଜେନ୍ ଜେଡ୍ ୨୧୨ କହିଛି, ଆମେ ବର୍ତ୍ତମାନର ସରକାରଙ୍କୁ ଭଙ୍ଗ କରିବାକୁ ଦାବି କରୁଛୁ କାରଣ ଏହା ମୋରୋକ୍କାବାସୀଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାରେ ଏବଂ ସେମାନଙ୍କ ସାମାଜିକ ଦାବି ପ୍ରତି ପ୍ରତିକ୍ରିୟା ଦେବାରେ ବିଫଳ ହୋଇଛନ୍ତି। ସେମାନେ ଦୁର୍ନୀତି ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଏକ ନିରପେକ୍ଷ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ଦାବି କରାଯାଇଛି। ତେବେ ମରୋକ୍କୋରେ ସ୍ୱାସ୍ଥ୍ୟ ସେବା ବିକଳ ଅବସ୍ଥାରେ ଥିବାରୁ ଏବଂ ଅନ୍ୟ ପ୍ରମୁଖ ସମସ୍ୟାର ସମାଧାନ ହେଉନଥିବାରୁ ଅନ୍ୟ ଦେଶ ଭଳି ମରୋକ୍କୋରେ ମଧ୍ୟ ଜେନଜେଡ୍ ମାନେ ରାଜରାସ୍ତାକୁ ଓହ୍ଲାଇ ଏପରି ପ୍ରତିବାଦର ରାସ୍ତା ଆପଣାଇଛନ୍ତି । ଅନ୍ୟପଟେ ବାହାର ଦେଶରେ ଏପରି ସ୍ଥିତି ଦେଖି ଭାରତରେ ମଧ୍ୟ ଏ ସ୍ଥିତି ଉପୁଜିବାର ସମ୍ଭାବନା ବିଶେଷ ଦୂର ନୁହେଁ ବୋଲି ଚର୍ଚ୍ଚା ବଢିଲାଣି ।

author

Related Articles

Leave a Reply

Your email address will not be published. Required fields are marked *