ମାତ୍ର ୧୨ ଦିନରେ ମିଛରୁ ସତ ପାଲଟିଗଲେ ଧର୍ମେନ୍ଦ୍ର…

ମାତ୍ର ୧୨ ଦିନରେ ମିଛରୁ ସତ ପାଲଟିଗଲେ ଧର୍ମେନ୍ଦ୍ର…

ମାତ୍ର ୧୨ ଦିନ । ୧୨ ଦିନରେ ମିଛରୁ ସତ ପାଲଟିଗଲେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ । ଗତ ନଭେମ୍ବର ୧୧ ତାରିଖରେ ସକାଲୁ ସକାଳୁ ସାରା ଦେଶରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ଖବର ଖେଳିଯାଇଥିଲା । ଆଉ ନାହାନ୍ତି ହି ମ୍ୟାନ ଧର୍ମେନ୍ଦ୍ର । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜୋରସୋରରେ ଚର୍ଚ୍ଚା ବଢିଥିଲା । ସୋସିଆଲ ମିଡିଆରେ ଆରଆଇପି ଧର୍ମେନ୍ଦ୍ର ଦ୍ରୁତ ଗତିରେ ଟ୍ରେଣ୍ଡ କରିଲା । ଏପରିକି ଗଣମାଧ୍ୟମ ଗୁଡିକରେ ମଧ୍ୟ ଅଲବିଦା ଧର୍ମେନ୍ଦ୍ର, ପରଲୋକରେ ହି ମ୍ୟାନ ପରି ଶ୍ରଦ୍ଧାଞ୍ଜଳି ପୋଷ୍ଟର ବୁଲିଲା । କିନ୍ତୁ ଏହା ଏକ ଗୁଜବ ଥିଲା । ମିଛ ଖବର ପ୍ରସାରଣକୁ ନେଇ ଧର୍ମେନ୍ଦ୍ରଙ୍କ ପରିବାର ତରଫରୁ ତୀବ୍ର ନିନ୍ଦା କରାଯାଇଥିଲା । ଘଟଣାର ସତ୍ୟାସତ୍ୟ ନପରଖି ଗଣମାଧ୍ୟମରେ ଏହି ଖବର ପ୍ରସାରଣକୁ ନେଇ ଅସନ୍ତୋଷ ଝାଡିବା ସହିତ ପ୍ରଶ୍ନ କରିଥିଲେ । ଏବଂ ଧର୍ମେନ୍ଦ୍ର ସୁସ୍ଥ ହେଉଥିବା ସୂଚନା ଦେଇଥିଲେ ।

ଏବଂ ଏହାର ଠିକ୍ ପରଦିନ ଅର୍ଥାତ ନଭେମ୍ବର ୧୨ ତାରିଖ ଦିନ ଧର୍ମେନ୍ଦ୍ର ଘରକୁ ଫେରିଥିଲେ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମିଛ ବୋଲି ଜାଣିବା ପରେ ପ୍ରଶଂସକମାନେ ତାଙ୍କ ଦୀର୍ଘାୟୁ କାମନା କରିଥିଲେ । କିନ୍ତୁ ନଭେମ୍ବର ୨୪ ତାରିଖରେ ଏହି ମିଛ ସତରେ ପରିଣତ ହୋଇଗଲା । ସତକୁ ସତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଲା । ବଲିଉଡର ଅଭିନେତା ଅଭିନେତ୍ରୀ ମାନେ ନିଜ ନିଜ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ବିୟୋଗ ସମ୍ପର୍କରେ ଦୁଖ ପ୍ରକାଶ କରି ପୋଷ୍ଟ କଲେ । ଆଉ ଏ ଖବର ମିଛ ନୁହେଁ ସତ ବୋଲି ସ୍ପଷ୍ଟ ହେଲା । ଧର୍ମେନ୍ଦ୍ରଙ୍କ ଦେହାନ୍ତ ସହିତ ବଲିଉଡରେ ଏକ ଯୁଗର ଅବସାନ ଘଟିଲା । ସତକୁ ସତ ବଲିଉଡର ହି ମ୍ୟାନ ନୀରବି ଗଲେ ।

ବଲିଉଡକୁ ତାଙ୍କ ଅବଦାନ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ସେ ସମ୍ପର୍କରେ ଜୋରସୋରରେ ଆଲୋଚନା ଚାଲିଲା । କାହିଁକି ନା ଦେହାନ୍ତ ପୂର୍ବରୁ ଜୀବନର ଶେଷ ପ ର୍ଯ୍ୟନ୍ତ ଧର୍ମେନ୍ଦ୍ର ନିଜ ଅଭିନୟକୁ ଜାରି ରଖିଥିଲେ । ନିକଟରେ ଫିଲ୍ମ ’ରକି ଔର ରାନୀକି ପ୍ରେମ୍ କାହାନୀ’ ପରେ ପରେ ’ତେରୀ ବାତୋଁ ନେ ମୁଝେ ଉଲଝା ଦିୟା’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ଆଉ ତାଙ୍କ ଅଭିନୀତ ଶେଷ ଫିଲ୍ମ ରିଲିଜ୍ ହେବା ଆଗରୁ ହିଁ ଚାଲିଗଲେ ସମସ୍ତଙ୍କ ଫେବରେଟ୍ ହି ମ୍ୟାନ୍ । ଡିମ୍ବେର ୨୫ ତାରିଖରେ ରିଲିଜ୍ ହେବ ସେ ଅଭିନୟ କରିଥିବା ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ’ଇକ୍କିସ୍’ । କିନ୍ତୁ ଅବଶୋଷର କଥା ନିଜ ଅଭିନୟକୁ ବଡ ପରଦାରେ ଦେଖିବାକୁ ନିଜେ ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି ।

author

Related Articles

Leave a Reply

Your email address will not be published. Required fields are marked *