ଦିନିକିଆରେ ରୋହିତଙ୍କ ନୂଆ ରେକର୍ଡ…

ଦିନିକିଆରେ ରୋହିତଙ୍କ ନୂଆ ରେକର୍ଡ…

ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କ୍ରିକେଟର ରୋହିତ ଶର୍ମା । ପୂର୍ବତନ ପାକ୍ କ୍ରିକେଟରଙ୍କୁ ବି ଟପିଗଲେ ରୋହିତ । ଦିନିକିଆ କ୍ରିକେଟରେ କଲେ ଛକାର ବିଶ୍ୱ ରେକର୍ଡ । ହଁ ଦର୍ଶକବନ୍ଧୁ, ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆରେ ଭାରତ ୧୭ ରନରେ ବିଜୟୀ ହୋଇଥିବା ବେଳେ ରୋହିତ୍ ଶର୍ମା ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ରୋହିତ ୬୦ତମ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିବା ସହିତ ଛକାରେ ରେକର୍ଡ କରିଛନ୍ତି । ଏହି ଇନିଂସରେ ସେ ୩ଟି ଛକା ମାରି ପାକିସ୍ତାନର ପୂର୍ବ କ୍ରିକେଟର ସହିଦ ଆଫ୍ରିଦିଙ୍କ ନାଁରେ ରହିଥିବା ୧୫ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ରୋହିତ୍ । ଏବଂ ନିଜ ନାଁରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

ସହିଦ ଆଫ୍ରିଦି ୧୯ ବର୍ଷର ଦିନିକିଆ କ୍ୟାରିୟର ମଧ୍ୟରେ ୩୯୮ଟି ଦିନିକିଆ ମ୍ୟାଚ୍ ଖେଳି ୩୫୧ଟି ଛକା ମାରିଥିଲେ । କିନ୍ତୁ ଏବେ ରୋହିତ ଶର୍ମା ୨୭୭ତମ ଦିନିକିଆ ଖେଳି ସେହି ରେକର୍ଡ କାଟିବାରେ ସଫଳ ହୋଇଛନ୍ତି । ରୋହିତ ୨୭୭ ଦିନିକିଆରେ ୩୫୨ଟି ଛକା ମାରି ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି । ଦିନିକିଆ ଆନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବା ଲିଷ୍ଟରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ରୋହିତ ।
ତେବେ ଏହି ଲିଷ୍ଟରେ ଏକ ନମ୍ବର ସ୍ଥାନରେ ରୋହିତ ଶର୍ମା ରହିଥିବା ବେଳେ ଦ୍ୱିତୀୟରେ ସାହିଦ ଆଫ୍ରିଦି ୩୫୧ଟି ଛକା, ତୃତୀୟରେ କ୍ରିସ ଗେଲ୍ ୩୩୧ଟି ଛକା, ଚତୁର୍ଥରେ ସନଥ ଜୟସୁରିଆ ୨୭୦ଟି ଛକା, ଏବଂ ୨୨୯ଟି ଛକା ମାରି ପଞ୍ଚମ ସ୍ଥାନରେ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି ।

ତେବେ ଏହି ମ୍ୟାଚରେ ରୋହିତ ୫ ଚୌକା ୩ ଛକା ସହିତ ୫୭ ରନ୍ କରି ଆଉଟ୍ ହୋଇଥିଲେ । ରୋହିତ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍ ପାଇଁ ୧୩୬ ରନ୍‌ର ଭାଗିଦାରୀ ହୋଇପାରିଥିଲା । କିନ୍ତୁ ପରେ ରୋହିତଙ୍କୁ ମାର୍କୋ ଜାନସେନ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ। କିନ୍ତୁ ଆଉଟ୍ ହେବା ପୂର୍ବରୁ ହିଁ ରୋହିତ ଏକ ନୂଆ ରେକର୍ଡ ହାସଲ କରିବାରେ ସଫଳ ହୋଇଯାଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *