ବର୍ତମାନ ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ହୁଲସ୍ତୁଲ କରୁଛନ୍ତି ବିରୋଧୀ । ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ମଦ ପ୍ରସଙ୍ଗ, ରାସନକାର୍ଡ ପ୍ରସଙ୍ଗ ଆଦି ମୁଦ୍ଦା କରି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ବିରୋଧୀ । କିନ୍ତୁ କେବଳ ଯେ, ବିରୋଧୀ ମନ୍ତ୍ରୀଙ୍କୁ ବିଭିନ୍ନ ଅବ୍ୟବସ୍ଥା ନେଇ ପ୍ରଶ୍ନ କରୁଛନ୍ତି ତାହା ନୁହେଁ । ଖୋଦ ଶାସକ ଦଳର ନେତା ମଧ୍ୟ ମନ୍ତ୍ରୀଙ୍କୁ ନିଜ ଅଞ୍ଚଳରେ ଥିବା ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିବା ନଜର ଆସିଛନ୍ତି । ମନ୍ତ୍ରୀଙ୍କୁ ନିଜ ଦଳର ବିଧାୟକ ୫୦ ଥର ଭେଟିବା ପରେ ବି ସମସ୍ୟାର ସମାଧାନ ହେଉନଥିବା ନିଜେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ବିଧାନସଭାରେ କହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଉ ବିଜେପି ବିଧାୟକଙ୍କ ଏହି ଅଭିଯୋଗ ପରେ ମନ୍ତ୍ରୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି ।
ତେବେ ଡବଲ ଇଞ୍ଜିନ ସରକାରରେ ବି ରାଜଧାନୀ ସହ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଅଧାପନ୍ତରିଆ ହୋଇ ପଡିରହିଛି । ଖାଲି ଢିପ ରାସ୍ତାରେ ଯାଆସ କରୁଛନ୍ତି ସାଧାରଣ ଲୋକେ । ଏପରିକି ବିଧାୟକ ସାଂସଦଙ୍କ ନିଜ ଅଞ୍ଚଳରେ ଉନ୍ନତମାନର ରାସ୍ତା ନଥିବାରୁ ଖୋଦ ସାଂସଦ ଟ୍ରାକ୍ଟର ଯୋଗେ ଆସୁଥିବା ଦେଖିବାକୁ ମିଳିଛି । କିନ୍ତୁ ମନ୍ତ୍ରୀ କେବଳ କାମ ଚାଲିଛି, ଏବଂ କେତେ କୋଟି ଟଙ୍କା ଖର୍ଚ୍ଚ ହେଉଛି ତାର ହିସାବ ଦେଉଛନ୍ତିା କିନ୍ତୁ କାମର ଠିକଠିକଣା କିଛି ବି ମିଳୁନି । କେବଳ ଏତିକି ନୁହେଁ, ଯେଉଁ ସ୍ଥାନରେ ନୂଆ ରୋଡ ତିଆରି ହେଉଛି ସେଠାରେ ନିମ୍ନ କାମର କାମ ହେତୁ ପିଚୁ ହାତରେ ଉଠିଯାଉଛି । ଆଉ ଏହି ସବୁ ଥିରୁ ଡବଲ ଇଞ୍ଜିନ ସରକାରରେ କିପରି କାମ ଚାଲିଛି ଏବଂ କିପରି ମନ୍ତ୍ରୀ ମିଛ ଲିଷ୍ଟ ଦେଖାଇ ବାହା ବାହା ନେଉଛନ୍ତି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ।
