ବିଧାନସଭାରେ ମୋଦି ସରକାରଙ୍କୁ ରାଜାଙ୍କ ୱାର୍ଣ୍ଣିଂ !

ବିଧାନସଭାରେ ମୋଦି ସରକାରଙ୍କୁ ରାଜାଙ୍କ ୱାର୍ଣ୍ଣିଂ !

ବିଧାନସଭାରେ ମୋଦି ସରକାରଙ୍କୁ ରାଜାଙ୍କ ୱାର୍ଣ୍ଣିଂ । ବିଭିନ୍ନ ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଟାକ୍ କଲେ ରଣେନ୍ଦ୍ର । ରାଜ୍ୟ ସହ ଦେଶରେ ବର୍ତମାନ ଯେଉଁ ପରିସ୍ଥିତି ହେଲାଣି, ଦରଦାମ ବୃଦ୍ଧି, ବେରୋଜଗାରୀ ବୃଦ୍ଧି, ଚାକିରିରେ ଅନିୟମିତତା, ଏବଂ ବିଭିନ୍ନ ପ୍ରକାର ଜନ ବିରୋଧୀ ଆଇନକୁ ନେଇ ଚାରିଆଡେ ହାହା କାର ପଡିଛି । ସ୍ୱାସ୍ଥ୍ୟବସ୍ଥା, ଶିକ୍ଷାବସ୍ଥା ଦିନକୁ ଦିନ ଭୁଷୁଡିପଡୁଥିବା ବେଳେ ସରକାର କିନ୍ତୁ ସବୁକିଛି ଠିକ୍ ଚାଲିଥିବା କହି ଏସବୁକୁ ନଜର ଅନ୍ଦାଜ କରୁଛନ୍ତି । କିନ୍ତୁ ବିରୋଧୀ ଚୁପ୍ ହୋଇ ବସୁନାହାନ୍ତି । ବିଧାନସଭା ଏବଂ ସଂସଦରେ ଏସବୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଆଇନା ଦେଖାଉଛନ୍ତି । ଏହି କ୍ରମରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସହ ସାରା ଦେଶରେ କଣ ଅବସ୍ଥା ରହିଛି, କେଉଁ ସବୁ ପ୍ରମୁଖ ସମସ୍ୟାକୁ ସରକାର ଜାଣିଜାଣି ଅଣଦେଖା କରୁଛନ୍ତି ଏବଂ ଓଡିଶାକୁ ନଷ୍ଟ କରିବାର ଯୋଜନା ଚାଲିଛି ସେସବୁର ଚିଠା ବିଧାନସଭାରେ ଖୋଲିଛନ୍ତି । ଏବଂ କିପରି ରାଜ୍ୟକୁ କେନ୍ଦ୍ର ସରକାର ଯେଉଁ ସାହାଯ୍ୟ ସହ ଯୋଗ କରିବା କଥା ସେଥିରୁ ଦୂରେଇ ରହୁଛନ୍ତି ସେନେଇ ଅଭିଯୋଗ ବି ଆଣିଛନ୍ତି ।

କେବଳ ଏତିକି ନୁହେଁ, ଗଣମାଧ୍ୟମ ଏବଂ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଉପରେ ମଧ୍ୟ ବର୍ଷିଛନ୍ତି ରାଜା ସ୍ୱାଇଁ । ବିହାର ବିଧାନସଭା ନିର୍ବାଚନ କଥା ଉଠାଇ ବିଜେପି ଜିତିବା ପଛର କଳ ରହସ୍ୟ ମଧ୍ୟ ବିଧାନସଭାରେ ପର୍ଦ୍ଦାଫାସ କରିଛନ୍ତି ବିଜେଡି ବିଧାୟକ । ଏହା ସହିତ ପାର୍ଲାମେଣ୍ଟରେ ଆସିବାକୁ ଥିବା ବିଭିନ୍ନ ପ୍ରକାର ଜନବିରୋଧୀ ବିଲ୍ ସମ୍ପର୍କରେ କହି ଅସନ୍ତୋଷ ଝାଡିବା ସହିତ ଓଡିଶାରେ ଏସବୁ କାଯ୍ୟକାରୀ ହେଲେ ତାର ପରିଣାମ କଣ ହେବ ସେନେଇ ମଧ୍ୟ ୱାଣ୍ଣିିଂ ଦେଇଛନ୍ତି

author

Related Articles

Leave a Reply

Your email address will not be published. Required fields are marked *