କନ୍ଧମାଳ ଗସ୍ତରେ ଅନୁ ଗର୍ଗ

କନ୍ଧମାଳ ଗସ୍ତରେ ଅନୁ ଗର୍ଗ

ଦୁଇଦିନିଆ କନ୍ଧମାଳ ଗସ୍ତରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଦର୍ଶନୀୟ ସ୍ଥାନ ଏବଂ କାର୍ଯ୍ୟକାରୀ ହେଉଥିବା ସରକାର ଉନ୍ନୟନ୍ନ ମୂଳକ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଥିଲେ । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେବା ସହ,ଜୀବିରା ନିର୍ବାହ କାର୍ଯ୍ୟକ୍ରମ,ଶିକ୍ଷା ଓ ପାନୀୟ ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତକାଲି ଜାନୁୟାରୀ 13 ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟାରେ ଫୁଲବାଣୀ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ହେବା ପରେ କନ୍ଧମାଳ ଜିଲ୍ଲାକୁ ଅନୁ ଗର୍ଗଙ୍କର ଏହା ପ୍ରଥମ ଗସ୍ତ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସିଭିଲ ସର୍ଭିସ ପାଇଁ କୋଚିଂ ନେଉଥିବା ଜିଲ୍ଲାର ଆଶାୟୀ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଆଶାୟୀମାନେ କିପରି ନିଷ୍ଠାର ସହ ପ୍ରସ୍ତୁତି କରିବେ ସେ ନେଇ ମଧ୍ୟ ଉତ୍ସାହିତ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଓଡିଶା ଖଣି ନିଗମ ସହାୟତାରେ ଏହି ପ୍ରଶିକ୍ଷଣ ଦିଆଯାଉଛି । ସେ ମଧ୍ୟ ଇ ଲାଇବ୍ରେୀ ଓ ପରେ ମେଡିକାଲ କଲେଜ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ଓ ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ କିପରି ଅଧିକ ଉନ୍ନତି ହୋଇପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *