ହ୍ୟୁମାନ ସାଗର ମୃତ୍ୟୁ ମାମଲା ତଦନ୍ତ କରୁଛି କଟକ ମର୍କତ ନଗର ପୁଲିସ । ହଁ ଦର୍ଶକବନ୍ଧୁ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଆ ଶେଫାଲୀ ସୁନା ପୁଅ ମୃତ୍ୟୁର ଏକ ମାସ ପରେ ମୁହଁ ଖୋଲିଥିଲେ ଏବଂ କଟକ ମର୍କତ ନଗର ଥାନାରେ 10 ଜଣଙ୍କ ନାଁରେ ଏତଲା ଦେଇଥିଲେ ହ୍ୟୁମାନଙ୍କ ମାଆ । ମ୍ୟାନେଜର ଦିନେଶ ବେହେରାଙ୍କ ଠାରୁ ଆରମ୍ଭ କରି ବାନ୍ଧବୀ ଅର୍ପିତା ଚୌଧୁରୀ ଏପିରିକି ହ୍ୟୁମାନଙ୍କ ସ୍ତ୍ରୀ ଶ୍ରେୟା ମିଶ୍ର ଓ ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କ ନାଁରେ ମଧ୍ୟ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଘଟଣାରେ ଗତକାଲି ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କୁ ଅଢେଇ ଘଣ୍ଟା ଜେରା କରିଛି ପୁଲିସ । ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ବରଂ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଦିନେଶ ବେହେରାକୁ ଜେରା କରି ଗୋଟି ଗୋଟି ସତ ଓଗାଳିଛି ପୁଲିସ ।
ତେବେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ହୋଇଥିବା ଦିନ ହିଁ ସେହି ଏମ୍ସ ପରିସରରେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା ମୁହଁ ଖୋଲିଥିଲେ .। ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ମ୍ୟାନେଜର ଦିନେଶ ବେହେରା ଓ ଅର୍ପିତା ଚୌଧୁରୀଙ୍କ ନାଁରେ ଖୋଲାଖୋଲି ଭାବେ ଅଭିଯୋଗ ଆଣିଥିଲେ । ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ତାଙ୍କୁ ଜାଣିଶୁଣି ପ୍ରୋଗ୍ରାମ କରାଯିବାକୁ ବାଧ୍ୟ କରାଯାଉଥିଲା ଏବଂ ତାଙ୍କ ଚିକିତ୍ସାରେ ମଧ୍ୟ ଅବହେଳା କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ଶେଫାଳୀ ସୁନା । ଖାଲି ସେତିକି ନୁହେଁ ବରଂ ହ୍ୟୁମାନଙ୍କ ମାଆଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ମଧ୍ୟ ମ୍ୟାନେଜର ଦିନେଶ ବେହେରାକୁ ମହଙ୍ଗା ପଡିଥିଲା । ସେପଟେ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ଆଉ ଏହାପରେ ଆକ୍ସନ ମୁଡକୁ ଆସିଛି ପୁଲିସ । କେବଳ ଦିନେଶ ନୁହେଁ ବରଂ ଅର୍ପିତା ଓ ସୋମେଶଙ୍କୁ ମଧ୍ୟ ପୁଲିସ ଜେରା କରିଛି । ଅଢେଇଘଣ୍ଟା ପର୍ଯ୍ୟନ୍ତ ଦିନେଶକୁ ପୁଲିସ ଜେରା କରିଥିବା ଖବର ସାମ୍ନାକୁ ଆସିଛି ।
