ନବୀନଙ୍କ ଷଡଯନ୍ତ୍ର ଫସିଗଲେ ଅରବିନ୍ଦ !

ନବୀନଙ୍କ ଷଡଯନ୍ତ୍ର  ଫସିଗଲେ ଅରବିନ୍ଦ !

ତେଜିବାରେ ଲାଗିଛି ବିଜେଡିର ଘରକଳି

ଅରବିନ୍ଦଙ୍କୁ ବିଶ୍ୱାସଘାତକ କହିବା ନବୀନଙ୍କୁ ପଡିବ କି ମହଙ୍ଗା ?

ମିଡ ଡେ ଅପରେସନ ଅଭିଯୋଗ ଆଣିଲା ବିଜେଡି,ପ୍ରମାଣ ମାଗିଲେ ଅରବିନ୍ଦ

 

ହଁ ଆଜ୍ଞା ଗତ 15 ତାରିଖ ସନ୍ଧ୍ୟାରେ ହଠାତ୍ ବିଜେଡି ତରଫରୁ ଆସିଥିବା ପ୍ରେସ ବିବୃତ୍ତି ରାଜ୍ୟ ରାଜନୀତିର ତାତି ବଢାଇଛି । ଦୁଇ ବିଧାୟକ ସନା ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ବିଦା କରିବା ପରେ ନବୀନଙ୍କ ଏହି ବଡ କାର୍ଯ୍ୟାନୁଷ୍ଠାନ ନେଇ ସବୁଠି ଚର୍ଚ୍ଚା । ଦଳ ବିରୋଧି କାର୍ଯ୍ୟ ଦର୍ଶାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ୱନ କଲେ । ଆଉ ଏବେ ଅରବିନ୍ଦ ଯେତେବେଳେ ପ୍ରମାଣ ମାଗିଲେ ମିଡ ଡେ ଅପରେସନ ଥିଓରି ପ୍ରୟୋଗ କରିଛି ବିଜୁ ଜନତା ଦଳ । ଖାଲି ସେତିକି ନୁହେଁ ଯଦି କହିବା ପରୋକ୍ଷରେ ବିଜେଡି ଜଣାଇଦେଇଛି ଯେ ବିଜୟ ମହାପାତ୍ରଙ୍କ ପାଇଁ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ତେବେ ରାଜ୍ୟ ରାଜନୀତିକୁ ଏବେ ଉଷ୍ମ କରିଛି ଏହି ପ୍ରଶ୍ନ ଟି କାହିଁକି ଅପ୍ରତ୍ୟାଶିତ ଭାବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ବିଜୟ ମହାପାତ୍ରଙ୍କ ପୁଅଙ୍କ ଉପରେ ନେଲେ ବଡ କାର୍ଯ୍ୟାନୁଷ୍ଠାନ ? ଯାହାର ଉତ୍ତରରେ ଦଳୀୟ ନେତା ପରୋକ୍ଷରେ ଜଣାଇଛନ୍ତି ଯେ  ବିଜୟଙ୍କ ପାଇଁ ହିଁ ଦଣ୍ଡ ଭୋଗିଲେ ପୁଅ ଅରବିନ୍ଦ । ବିଜେଡି କହିଛି, ଦଳକୁ ଭାଙ୍ଗିବାକୁ ମିଡ୍‌ ନାଇଟ୍‌ ଅପରେସନ୍‌ ଭଳି ମିଡ୍‌ ଡେ’ ଅପରେସନ୍‌ ହେଉଥିଲା । ଦଳକୁ ଦୁର୍ବଳ କରିବାକୁ ଷଡ଼୍‌ଯନ୍ତ୍ର କରାଯାଇଥିଲା; ଏଥିରେ ବିଜୟ, ଅରବିନ୍ଦ ଓ ସନାତନ ମହାକୁଡ଼ ଅଂଶ ବିଶେଷ ଥିଲେ ।

ଅତୀତରେ ଅନେକ ନେତାଙ୍କ ବିରୋଧରେ ବଡ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନବୀନ। ଆଉ ହଠାତ୍ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ବିଜୟଙ୍କ ପୁଅ ତୁଣ୍ଡରେ ତୁଣ୍ଡି ନଦେଇ ପ୍ରଶ୍ନବାଣରେ ବିଜେଡିର ଶୀର୍ଷ ନେତୃତ୍ବଙ୍କୁ ଘାଇଲା କରୁଛନ୍ତି । ଗତକାଲି ପାଟକୁରାରେ ଶକ୍ତି ପ୍ରଦର୍ଶନ ପରେ ଆଜି ରାଜଧାନୀରେ ପ୍ରେସମିଟ୍ କରି କହିଛନ୍ତି, ବିଜେଡି ଆଣିଥିବା ଅଭିଯୋଗ ଭିତ୍ତିହୀନ । ପ୍ରମାଣ ନଦେବା ଯାଏଁ ନବୀନଙ୍କୁ ପଚାରିବି ନିଲମ୍ବନ ପଛର କାରଣ ।   ଦଳରୁ ନିଲମ୍ବନ ହେବା ପରେ ଅରବିନ୍ଦଙ୍କର ରଣନୀତି କ’ଣ ରହିବ ତାହା ଉପରେ ସଭିଙ୍କ ନଜର ।

 

author

Related Articles

Leave a Reply

Your email address will not be published. Required fields are marked *