ରାସନକାର୍ଡ ଧାରୀଙ୍କୁ ମିଳିବ ମାସକୁ 2ହଜାର…

ରାସନକାର୍ଡ ଧାରୀଙ୍କୁ ମିଳିବ  ମାସକୁ 2ହଜାର…

ସରଗରମ ତାମିଲନାଡୁର ରାଜନୈତିକ ପାଣିପବନ । ଚଳିତ ବର୍ଷ ତାମିଲନାଡୁରେ ଭୋଟ ପଡିବାକୁ ଯାଉଛି । ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ନହେଉଣୁ ତାମିଲନାଡୁର ରାଜନୈତିକ ଦଳମାନେ ଭୋଟରଙ୍କ ମନ କିଣିବାକୁ ଯଥାସମ୍ଭବ ନିଜର ରଣନୀତି ପ୍ରୟୋଗ କରୁଛନ୍ତି ଏପରିକି କିଛି ରାଜନୈତିକ ଦଳ ଏବେଠାରୁ ଜନତାଙ୍କ ପାଇଁ ପ୍ରତିଶ୍ରୁତି ବର୍ଷା କଲେଣି । ପ୍ରଥମ ଥର ପାଇଁ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ AIADMK ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛି।

ହଁ ଦର୍ଶକବନ୍ଧୁ ତାମିଲନାଡୁରେ ଡିଏମକେ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଠାରୁ ଆରମ୍ଭ କରି ଟିଭିକେ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଅଙ୍କକଶା ଆରମ୍ଭ କରିଦେଇଛନ୍ତି ଆଉ ଏପରି କ୍ଷେତ୍ରରେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ AIADMK ଗତକାଲି ପ୍ରଥମ ପର୍ଯ୍ୟାୟରେ କିଛି ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛି । ରାସନ କାର୍ଡ ଥିବା ପରିବାର ସଦସ୍ୟଙ୍କୁ ମାସିକ ୨ ହଜାର ଟଙ୍କା ମିଳିବ ବୋଲି AIADMK ବଡ ଘୋଷଣା କରିଛି । ଖାଲି ସେତିକି ନୁହେଁ ବରଂ ଟାଉନ ବସ୍‌ରେ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ମାଗଣା ଯାତ୍ରା ଏବଂ ଗ୍ରାମୀଣ ନିଯୁକ୍ତି ଯୋଜନା ଅଧୀନରେ କାର୍ଯ୍ୟ ଦିବସକୁ ୧୨୫ରୁ ୧୫୦ ଦିନକୁ ବୃଦ୍ଧି କରିବାପାଇଁ  AIADMK ପ୍ରତିଶ୍ରୁତି ଦେଇଛି। ତେବେ ଏଠାରେ କହି ରଖିବାକୁ ଚାହିଁବୁ କି  ପୂର୍ବରୁ ଟାଉନ ବସ୍‌ରେ କେବଳ ମହିଳାଙ୍କ ପାଇଁ ଯାତ୍ରା ମାଗଣା ଥିଲା ଏବେ ଏଥିରେ ପୁରୁଷଙ୍କୁ ସାମିଲ କରାଯାଇଛି । ପୁରୁଷଙ୍କୁ ସାମିଲ କରି AIADMK ପୁରୁଷ ଭୋଟ ହାତେଇବା ପାଇଁ ଏକପ୍ରକାର ରଣନୀତି ପ୍ରସ୍ତୁତ କରିଛି କହିଲେ ମଧ୍ୟ ଭୁଲ ହେବ ନାହିଁ ।

ତେବେ AIADMKର ପ୍ରତିଷ୍ଠାତା ଏମ୍‌ ରାମଚନ୍ଦ୍ରନଙ୍କ ଜୟନ୍ତୀ ଉତ୍ସବ ଅବସରରେ AIADMK ଏହି ଘୋଷଣା କରିଛି । ଦଳର ସାଧାରଣ ସମ୍ପାଦକ ଇକେ ପଲାନିସ୍ବାମୀ ଶନିବାର କହିଛନ୍ତି, ଇସ୍ତାହାରରେ ପ୍ରଥମେ ମହିଳାଙ୍କୁ ରଖାଯାଇଛି । ପରିବାରର ମହିଳା ମୁଖ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୨ ହଜାର ଟଙ୍କା କ୍ରେଡିଟ୍‌ ହେବ। ଘର ନଥିବା ଲୋକଙ୍କୁ AIADMK ଘର ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

author

Related Articles

Leave a Reply

Your email address will not be published. Required fields are marked *