ମରିଗଲା ମାନବିକତା । ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ନେଇଗଲେ 900 ନୀରିହ ଜୀବନ । ତେଲେଙ୍ଗାନାର ଜଗିତାଲ ଜିଲ୍ଲାରୁ ଏଭଳି ଅତ୍ୟନ୍ତ ଅମାନବୀୟ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ସେଠାରେ ମାସକ ମଧ୍ୟରେ ପ୍ରାୟ ୯୦୦ ବୁଲା କୁକୁରଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି । ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜକ୍ସେନ ଦେଇ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନେ ଏପରି ଅମାନବୀୟ କାଣ୍ଡ ଭିଆଇଛନ୍ତି । ମାସକ ମଧ୍ୟରେ 900 କୁକୁରଙ୍କ ଜୀବନ ନେଇଗଲେଣି । ତେବେ କିଛି ଦିନ ପୂର୍ବରୁ ଏକାସଙ୍ଗେ ୧୦୦ଟି କୁକୁରଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବିଷାକ୍ତ ଇଞ୍ଜେକସନ ହିଁ ମୃତ୍ୟୁର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି । ତେବେ ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ଆତଙ୍କ ଖେଳିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସେମାନଙ୍କ ଜୀବନ ନିଆଯାଉଛି । ବିଭିନ୍ନ ରାଜ୍ୟର ସରକାରଙ୍କୁ ବୁଲା କୁକୁରଙ୍କୁ ଉପଦ୍ରବ କମାଇବା ନେଇ ପଦକ୍ଷେପ ନେବାକୁ ତାଗିଦ ପରେ ବି ରାଜ୍ୟ ସରକାର ମାନେ ଏଥିରେ ବିଫଳ ହେଉଛନ୍ତି । କିନ୍ତୁ ସରକାରଙ୍କ ବିଫଳତାର ମୂଲ୍ୟ େମାନଙ୍କୁ ନିଜ ଜୀବନ ଦେଇ ଶୁଝିବାକୁ ପଡିଛି ।
You can share this post!
administrator
