ଭାଙ୍ଗିଲା କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ । ଆଉ ସିନେମାରେ ଶୁଭିବନି ଅରିଜିତଙ୍କ ସ୍ବର । ଦିଲ୍ ସମ୍ଭଲ ଯା ଜରା ରୁ ଆରମ୍ଭ କରି ମାତୃଭୂମି । 2011ରୁ 2026 । 15 ବର୍ଷର ମ୍ୟୁଜିକ କ୍ୟାରିୟରରେ ପ୍ରାୟ 500ରୁ ଉର୍ଦ୍ଧ୍ବ ଗୀତ ଗାଇ, ଭାରତୀୟଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂ। ଗୀତ ସହ ତାଙ୍କର ସରଳ ଜୀବନଶୈଳୀକୁ ବେଶ୍ ପସନ୍ଦ କରୁଥିଲେ ଫ୍ୟାନ୍ସ । ଏପରିକି କୌଣସି ଗୀତର ରିପ୍ରାଇଜ ବି ତାଙ୍କ କଣ୍ଠରେ ଓରିଜିନାଲ ଗୀତ ଅପେକ୍ଷା ଫ୍ୟାନ୍ସକୁ ବେଶ୍ ପସନ୍ଦ ଆସୁଥିଲା । କିନ୍ତୁ ଏବେ ହଠାତ୍ ସେ ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ସବୁଦିନ ପାଇଁ ଅବସର ଘୋଷଣା କରିଛନ୍ତି । । ସୁଖ ହେଉ ଅବା ଦୁଃଖ ଅବା ବାହାଘର ଅରିଜିତଙ୍କ ସ୍ବର ସେହି ସମୟରେ କାହାକୁ ଖୁସି ତ କାହାକୁ ସାହାସ ତ କାହାକୁ ସାହାରା ତ ଆଉ କାହାକୁ ପ୍ରେରଣା ଦେଇଥାଏ। କିନ୍ତୁ ଏବେ ତାଙ୍କ ସ୍ବର ଆଉ ନୂଆ ଗୀତରେ ଆଉ ଶୁଣିବାକୁ ମିଳିବନି । ଯାହାକୁ ଫ୍ୟାନ୍ସମାନେ ଗ୍ରହଣ କରିବା ଟିକେ ମୁସକିଲ ହୋଇଯାଉଛି ।
ତେବେ ଅରିଜିତଙ୍କ ସଙ୍ଗୀତ ଯାତ୍ରା ଉତଥାନ ପତନରୁ ଆରମ୍ଭ ହୋଇଥିଲା। ୨୦୦୫ର ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ରିଆଲିଟି ଶୋ’ରେ ଭାଗ ନେଇ ବାଦ୍ ପଡ଼ିଥିଲେ । ହେଲେ ଏଥିରେ ସେ ହାରିନଥିଲେ କି ପଛକୁ ବୁଲି ଦେଖିନଥିଲେ। ବିଳମ୍ବରେ ହେଉ ପଛେ ବଲିଉଡରେ ଏଣ୍ଟ୍ରି ମିଳିଥିଲା କିନ୍ତୁ ତାହା ବି ସ୍କ୍ରାଚ୍ ଅର୍ଥାତ ଛୋଟିଆ ଅଂଶ ଗାଇବାକୁ ସୁଯୋଗ ମିଳିଥିଲା। ହେଲେ ଜୀବନ ବଦଳିଥିଲା ୨୦୧୨ରେ ମର୍ଡର ଟୁର ‘ଫିର୍ ମୋହବତ୍’ ରୁ। ଏଇ ଗୀତ ଦେଇଥିଲା ଦେଶରେ ନୂଆ ଷ୍ଟାର୍ । ଦୁଇ ବର୍ଷ ପରେ ଆଶିକି ଟୁ ଆଣିଥିଲା ଭାରତୀୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ବିପ୍ଲବ । ପରେ ଚେନ୍ନାଇ ଏକ୍ସପ୍ରେସ, ୟେ ଜୱାନୀ ହେ ଦିୱାନୀ, ଖାମୋସିଆଁ, ରୟ, ବଦଲାପୁର, ହମାରୀ ଅଧୁରୀ କାହାନୀ, ଏ ଦିଲ୍ ହେ ମୁସକିଲ, ବ୍ରହ୍ମାସ୍ତ୍ର ଠୁ ନିକଟରେ ରିଲିଜ୍ ହେବାକୁ ଥିବା ସଲମାନଙ୍କ ଗଲୱାନ୍ ଫିଲ୍ମ ଭଳି ଏକାଧିକ ଗୀତରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆଉ ଏବେ ସେ ଏଥିରୁ ସବୁଦିନ ପାଇଁ ଅବସର ଘୋଷଣା କରିଛନ୍ତି । ନିଜର 15 ବର୍ଷର କ୍ୟାରିୟରକୁ ଅଲବିଦା କହିଛନ୍ତି ।
