ଏବେ ଶସ୍ତା, ଆଗକୁ ହେବ ମହଙ୍ଗା…

ଏବେ ଶସ୍ତା, ଆଗକୁ ହେବ ମହଙ୍ଗା…

ଦିନକୁ ଦିନ ଖସିବାରେ ଲାଗିଛି ସୁନା ଏବଂ ରୂପା ଦର । ଧୀରେ ଧୀରେ ଆଶ୍ବସ୍ତ ହେଉଛନ୍ତି ଗହଣା କ୍ରେତା । କିଛି ଦିନ ହେବ ସୁନା-ରୂପା ଗହଣା ଦରରେ ହ୍ରାସ ଘଟୁଛି । ଏପରିକି ଏହି ଧାରା ଏବେ ବି ଜାରି ରହିଛି । ମାସର ପ୍ରଥମ ସୋମବାରରେ ମଧ୍ୟ ସୁନା ଓ ରୁପାର ମୂଲ୍ୟ କମିଥିବା ଦେଖିବାକୁ ମିଳିଛି। ଗୋଟିଏ ଝଟକାରେ ୨୪ କ୍ୟାରେଟ ସୁନା ୯ ହଜାର ୫୦ ଟଙ୍କା ତଳକୁ ଖସିଛି । ବର୍ତ୍ତମାନ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କାରେ ପହଞ୍ଚିଛି ।
ସେହିପରି ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି । ଗତ ସପ୍ତାହର ଗୁରୁବାର ଦିନ ପ୍ରଥମ ଥର ପାଇଁ ରୁପା ମୂଲ୍ୟ ୪ ଲକ୍ଷ ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲା। ତା’ପରଠାରୁ ନିରନ୍ତର ରୁପା ମୂଲ୍ୟରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୬ ରେ ବଜେଟ୍ ଉପସ୍ଥାପନ କରିଥିଲେ । ଏହି ସମୟରେ MCX ରେ କାରବାର ଚାଲିଥିଲା। ବଜେଟ୍ ପୂର୍ବରୁ ଏବଂ ପରେ ସୁନା ଏବଂ ରୁପାର ମୂଲ୍ୟରେ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି ।

କିନ୍ତୁ ଆଗକୁ ସୁନା ରୂପା ପୁଣି ଥରେ ବଢିବାର ଆଶଙ୍କା କରାଯାଇଛି । କାହିଁକି ନା ବଜେଟରେ ସୁନା ରୂପା ମହଙ୍ଗା ହୋଇପାରେ ବୋଲି ସ୍ପଷ୍ଟ ହୋଇସାରିଛି । ତେଣୁ ଏହି ଧାରାେର ଯେକୌଣସି ମୂହୁର୍ତ୍ତରେ ବ୍ରେକ ଲାଗିବା ସହିତ ସୁନା –ରୂପା ମୂଲ୍ୟ ପୁଣି ଥରେ ଆକାଶ ଛୁଆଁ ହେବା ନେଇ ଆକଳନ କରାଯାଉଛି ।

administrator

Related Articles

Leave a Reply

Your email address will not be published. Required fields are marked *